ଡକାୟତି ଯୋଜନା ବେଳେ ୮ ଗିରଫ, ସୁନା ରୁପା ଗହଣା ସହ ଡକାୟତି ସରଂଜାମ ଜବଦ
ବାରିପଦା : ଡକାୟତି ଯୋଜନା କରୁଥିବା ବେଳେ, ବାରିପଦା ଟାଉନ ପୋଲିସ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ସୁନା ରୁପା ଗହଣା ସହ ଡକାୟତି ସରାଞ୍ଜମ ଜବଦ କରିଥିବାର ଜଣା ପଡିଛି । ସୂଚନା ମୁତାବକ ସୋମବାର ରାତିରେ ବାରିପଦା ଟାଉନ ଥାନାର ଏସଆଇ ମାନସ କୁମାର ମଲ୍ଲିକ ବାରିପଦା ଏବଂ ଲକ୍ଷ୍ମୀପୋସି ଅଞ୍ଚଳର ରାତିରେ ପାଟ୍ରୋଲିଂ ଡ୍ୟୁଟି କରୁଥିବା ବେଳେ, ରାତି ପ୍ରାୟ ୧.୩୦ ମିନିଟ ସମୟରେ ତକତପୁର ଖେଳପଡିଆ ନିକଟରେ ଏକ ଅନ୍ଧାରୁଆ ଜାଗାରେ କିଛି ପିଲା ଡକାୟତି ଉଦ୍ୟମ କରୁଥିବାର ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଚଢାଉ କରି ଆଠ ଜଣଙ୍କୁ ଧରିବା ରେ ସକ୍ଷମ ହୋଇଥିବା ବେଳେ, ଅନ୍ୟମାନେ ରାତିର ଅନ୍ଧକାରର ସୁବିଧା ନେଇ ଦୌଡି ପଳାଇ ଯାଇଥିଲେ । ପୋଲିସ ଏମାନଙ୍କ ଠାରୁ ସିନା ନେକଲେସ, ସୁନା ମୁଦି, ରୂପା ପାଉଁଜି, ଗୋଟିଏ ହ୍ୟାଣ୍ଡେଲ ସହିତ ହେକସୋ ବ୍ଲେଡ, ଗୋଟିଏ ଲୁହା ଚେନ, ତାଲା ଭାଙ୍ଗିବା ଯନ୍ତ୍ର, ପ୍ଲାଷ୍ଟିକ ଦଉଡି, ଲଙ୍କାଗୁଣ୍ଡ ପ୍ୟାକେଟ ଆଦି ଜବଦ କରିବା ସହ ଗିରଫ ୮ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ଡକାୟତି ଉଦେଶ୍ୟରେ ଏକତ୍ରୀତ ହୋଇ ଯୋଜନା କରୁଥିବାର ସ୍ୱୀକାର କରିଥିଲେ । ଗିରଫ ୮ଜଣ ହେଲେ ଖନ୍ତାପଡା ଅଞ୍ଚଳର ସଂଜୟ କୁମାର ଜେନା (୩୦), ତକତପୁର ଅଞ୍ଚଳର ମଙ୍ଗୁଳୁ ମୁଖୀ (୨୫), ମନୋଜ କୁମାର ଦାସ ଅ ପିଂଟୁ (୨୦), ଦୀପକ ମୁଖି ଅବାପି (୩୬), ବଳିଆ ମୁଖି (୨୨) , ମିଥୁନ ମୁଖୀ (୨୨), ଆକାଶ ଅବାଦଲ ମୁଖି (୨୨), କୁନ୍ଦନ ମୁଖୀ (୧୮) ବୋଲି ଜଣା ଯାଇଛି । ଆଜି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବା ସହିତ ଅଧିକ ମାମଲାରେ ଏହିଗ୍ୟାଙ୍ଗର ସମ୍ପୃକ୍ତି ଥିବାର ଅନୁମାନ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବାର ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।
