‘କବଜା’ର ଟିଜରକୁ ପସନ୍ଦ କଲେ ଦର୍ଶକ, କେଜିଏଫକୁ ଦେଇପାରେ କଡ଼ା ଟକ୍କର
ମୁମ୍ବାଇ: ଫିଲ୍ମ କେଜିଏଫ୍’କୁ କଡ଼ା ଟକ୍କର ଦେଇପାରେ ‘କବଜା’ । ଯାହାର ଟିଜର୍ ନିକଟରେ ରିଲିଜ୍ ହୋଇଛି । ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏବେ ଯାଏଁ ଫିଲ୍ମର ଟିଜରକୁ ୨୦ ମିଲିୟନ୍ରୁ ଅଧିକ ଲୋକ ଦେଖିସାରିଲେଣି । କନ୍ନଡ଼ ସୁପରଷ୍ଟାର ଉପେନ୍ଦ୍ର, କିଚା ସୁଦୀପଙ୍କ ଅଭିନୀତ ଏହି ଫ୍ଲିଲ୍ମର ନାମ ହେଉଛି ‘କବଜା’ । ଏହି ମୁଭିରେ ଅନ୍ୟାନ୍ୟ ଭୂମିକାରେ ଶ୍ରୀୟା ସରନ୍, ଲକ୍ଷ୍ମଣ ଏବଂ ମୁରଲୀ ଶର୍ମାଙ୍କୁ ଦେଖିବାକୁ ମିଳିବ । କବଜା ଫିଲ୍ମର କାହାଣୀ ୧୯୪୨ରୁ ୧୯୮୪ ମଧ୍ୟରେ ରହିଛି । ଏକ ଗ୍ୟାଙ୍ଗଷ୍ଟାର ଭିତିକ କାହାଣୀ । ଯାହାର ପରିବାର ପୁରା ଗାନ୍ଧୀବାଦି ଥିଲା । କିନ୍ତୁ ସମୟକ୍ରମେ ଏହି ପରିବାରରୁ କେମିତି ଜଣେ ଗ୍ୟାଙ୍ଗଷ୍ଟାର ବାହାରୁଛି । ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି । ଏହି ଗ୍ୟାଙ୍ଗଷ୍ଟାର ରୋଲ୍ ରେ ସୁପରଷ୍ଟାର ଉପେନ୍ଦ୍ରକୁ ଦେଖିବାକୁ ମିଳିବ । ଏହାବ୍ୟତୀତ କନ୍ନଡ ଇଣ୍ଡଷ୍ଟ୍ରିର ଆଉ ଜଣେ ସୁପରଷ୍ଟାର ମଧ୍ୟ ଏହି ଫିଲ୍ମରେ ଦମଦାର ରୋଲରେ ନଜର ଆସିବେ । ସେ ହେଉଛନ୍ତି ସୁପରଷ୍ଟାର କିଚା ସୁଦୀପ । ନିକଟରେ କିଚା ସୁଦୀପଙ୍କ ଆସିଥିବା ଫିଲ୍ମ ବିକ୍ରାନ୍ତ ରଣା ବକ୍ସ ଅଫିସରେ ସେତେଟା ଭଲ କାରବାର କାରିପାରନଥିଲା ।
ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଆର ଚନ୍ଦ୍ରୁ ସମ୍ଭାଳୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି ବାସୁରି । ଯିଏକି ପୂର୍ବରୁ କେଜିଏଫ୍ ପରି ସୁପରହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହି ସିନେମାକୁ ୭ଟି ଭାଷାରେ ରିଲିଜ୍ କରାଯିବ । ଯେପରି କି, ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ, ମାଲାୟଲମ୍, ବଙ୍ଗଳା, ମରାଠି ଭାଷାରେ ପ୍ରେକ୍ଷାଳୟକୁ ଆସିବ । ଏବେ ଯାଏଁ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇନାହିଁ । ଡିସେମ୍ବର ବେଳକୁ ରିଲିଜ ହୋଇପାରେ ବୋଲି ଅନୁମାନ କରାଯାଉଛି ।
