ନବରାତ୍ରି ସମୟରେ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ ! ହୋଇଯିବେ ଧନବାନ, କେବେବି ପାଖ ମାଡିବନି ଦାରିଦ୍ର୍ୟତା
ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ପ୍ରତ୍ୟେକ ଲୋକେ ଦେବୀ ଦୁର୍ଗା ଘରକୁ ପଦାର୍ପଣ କରନ୍ତୁ ବୋଲି ଇଚ୍ଛା ରଖି ଥାଆନ୍ତି। ଶାସ୍ତ୍ର ଅନୁସାରେ, ଯଦି ନବରାତ୍ରି ସୋମବାର ବା ରବିବାର ଦିନ ଆରମ୍ଭ ହୁଏ, ତାହେଲେ ଦେବୀ ଦୁର୍ଗା ହାତୀ ଉପରେ ବସି ଆସିଥାନ୍ତି।
ଯଦି ନବରାତ୍ରି ମଙ୍ଗଳବାର ବା ଶନିବାର ଦିନ ଆରମ୍ଭ ହୁଏ, ତାହେଲେ ଦେବୀ ଦୁର୍ଗା ଘୋଡାରେ ବସି ଆସିଥାନ୍ତି। ଯଦି ନବରାତ୍ରି ଗୁରୁବାର ବା ଶୁକ୍ରବାର ଦିନ ଆରମ୍ଭ ହେଉଛି, ତାହେଲେ ଦେବୀ ଦୁର୍ଗା ଡୋଲିରେ ବସି ଆସିଥାନ୍ତି।ନବରାତ୍ରି ଚାଲିଥିବା ସମୟରେ ଭକ୍ତ ମାନେ ଉପବାସ ରଖିଥାନ୍ତି ଏବଂ ମନ୍ତ୍ରର ଜପ କରି ଦେବୀ ଦୁର୍ଗାଙ୍କୁ ଆରାଧନା କରିଥାନ୍ତି। ମାନା ଯାଇଥାଏ କି ଏହି ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତ ମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ।
ଯଦି ଆପଣ ନବରାତ୍ରି ଚାଲିଥିବା ସମୟରେ କିଛି ବିଶେଷ ଶୁଭ କାର୍ଯ୍ୟ କରିବେ ତାହେଲେ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି କରିବେ। ନବରାତ୍ରି ସମୟରେ ଘର ଆଗରେ କଦଳୀ ଗଛ, ତୁଳସୀ ଗଛ, ପାନ ଗଛ ଆଦି ଲଗାଇବା ଶୁଭ ମାନା ଯାଇଥାଏ। ଏହି ସମୟରେ ପିଆଜ ରସୁଣ ବା ଆମିଷ ସେବନ କରିବା ବର୍ଜନ ଅଟେ।
