ବଡ଼ଭାଇର ମାଡ଼ରେ ସାନର ମୃତ୍ୟୁ
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ରାଜମୋହନ ସେନାପତି । ଅଭିଯୁକ୍ତ ବଡଭାଇ ବିଶ୍ୱମୋହନ ସେନାପତିକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ ନୂଆସାହି ଅଂଚଳର ବିଶ୍ୱମୋହନ ସେନାପତି ବଡ଼ ଭାଇ ଏବଂ ସେ ଏମ୍ବିଏ ପଢ଼ିଛନ୍ତି । କିନ୍ତୁ ସାନଭାଇ ଏମ୍ବିଏ ପାଠ ପଢ଼ିସାରିଲା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ । କିନ୍ତୁ ଅନେକ ଥର ପରୀକ୍ଷା ଦେଲା ପରେ ମଧ୍ୟ ତାଙ୍କୁ ସଫଳତା ମିଳିପାରୁ ନଥିଲା । ଏହି କାରଣରୁ ଉଭୟ ବିଶ୍ୱମୋହନ ଓ ରାଜମୋହନ ଭିତରେ ମଝିରେ ମଝିରେ ଯୁକ୍ତିତର୍କ ହେଉଥିଲା । ମଙ୍ଗଳବାର ରାଜମୋହନଙ୍କୁ ପାଠ ପଢ଼ିବାକୁ ତାଗିଦ କରି ବିଶ୍ୱମୋହନ କାଠ ଫାଳିଆ ଓ ଆଲୁମିନିୟମ୍ ପାଇପ୍ ରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ରାଜମୋହନଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି । ୩୦୨ ଦଫାରେ ଉଚ୍ଚ ଶିକ୍ଷିତ ବିଶ୍ୱମୋହନ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି ।
