ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦ ଦ୍ୱାରା ସହରର ମଧ୍ୟ ଭାଗରେ ପ୍ରସ୍ତାବିତ ଭେଣ୍ଡିଂଜୋନ ନିର୍ମାଣକୁ ବିରୋଧ କରି ସ୍ଥାନୀୟ କେତେକ ବ୍ୟକ୍ତିୁବିଶେଷ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ । ଏହାକୁ ନେଇ ଆଜି ବେଲପାହାଡ଼ ପୌର କାର୍ଯ୍ୟାଳୟ ଠାରେ ବେଲପାହାଡ଼ ନଗରପାଳ ନିମାଇଁଚରଣ ପଣ୍ଡା ଏକ ସାମ୍ବାଦିକ ସମ୍ବିଳନୀ ଡକାଇ ଆଭିମୂଖ୍ୟ ସ୍ପଷ୍ଟ କରିଛନ୍ତି । ସହର ମଧ୍ୟରେ ଥିବା ଉଠା ଦୋକାନୀଙ୍କୁ ସ୍ଥାନାନ୍ତରିତ କରି, ତାଙ୍କୁ ବିକଳ୍ପ ଦୋକାନ ଗୃହ ପ୍ରଦାନ ସ୍ୱରୁପ ଥଇଥାନ କରେଇବା ଉଦ୍ଦେଶ୍ୟରେ, ପୌରପରିଷଦ ପ୍ରଥମ ପର୍ଯ୍ୟାୟରେ ୧୮ଲକ୍ଷ ଟଙ୍କା ବିନିମୟରେ ୧୬ ଗୋଟି ଦୋକାନ ଗୃହ ଟେଣ୍ଡର ମାଧ୍ୟମରେ ନିର୍ମାଣ କରାଯାଇଛି । ନିର୍ମାଣଧିନ ଭେଣ୍ଡିଂ ଜୋନ୍ର ଜମି ତହସିଲଦାରଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି । ଗ୍ରାହାକ ମାନଙ୍କ ପ୍ରତି ୧୦ଟି ଦିକାନ ମଝିରେ ପାର୍କିଂ ବ୍ୟାବସ୍ଥା ରହିବ, ସୌଚାଳୟର ବ୍ୟାବସ୍ଥା, ପାଦଚଲା ରାସ୍ତା(ଫୁଟ୍ପାଥ)ରୁ ସଂଯୋଗ ସହ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବାର ପଦକ୍ଷେପ ନିଆଯାଉଥିବା ଶ୍ରୀଯୁକ୍ତ ପଣ୍ଡା ସ୍ପଷ୍ଟ କରିଛନ୍ତି । ବେଲପାହାଡ ବାସୀଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଭବିଶ୍ୟତକୁ ଦୃଷ୍ଟିରେ ରଖି ଜନହିତକର କାର୍ଯ୍ୟ ସବୁ ହାତକୁ ନିଆଯାଉଛି । ବିରୋଧ କରିଥିବା ଅଂଚଳବାସୀ ପ୍ରସ୍ତାବିତ ଭେଣ୍ଡିଂ ଜୋନ୍ ବାବଦରେ ପୌରକାର୍ଯ୍ୟାଳୟ ସହ ଯୋଗାଯୋଗ କରି ସବିଶେଷ ତଥ୍ୟ ଜାଣିବାକୁ ନଗରପାଳ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଆହ୍ୱାନ କରିଛନ୍ତି । ବିରୋଧକାରୀଙ୍କ ଉପସ୍ଥାପିତ ତଥ୍ୟର କୌଣସି ବାସ୍ତବିକତା ନଥିବା ଓ ବେଲପାହାଡ ବିକାଶର ଗତିରୋଧ ଗ୍ରହଣଯାଗ୍ୟ ନୁହେଁ ବୋଲି ନଗରପାଳ ସ୍ପଷ୍ଟ କରିଛନ୍ତି ।
