୨୨ରେ ରାଜ୍ୟ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁଵାର ଅପରାହ୍ନ ୫ଟା ୩୦ ମିନିଟରେ କ୍ୟାବିନେଟ୍ ବୈଠକ ବସିବ ବୋଲି ଜଣାପଡ଼ିଛି।
ବୈଠକରେ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ମିଳିନାହିଁ। କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଏବଂ ଜିଲାରେ ଥିବା ମନ୍ତ୍ରୀମାନେ ଜିଲା ମୁଖ୍ୟାଳୟରୁ ଆଭାସୀ ମାଧ୍ୟମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
