୧୧ ଟିକିଆ ହାତୀ ପଲଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଫରେଷ୍ଟ ଖେରିଆ କାନିରେ ୧୧ ଟିକିଆ ହାତୀ ପଲଙ୍କ ଉପଦ୍ରବ । ଗ୍ରାମରେ ପଶି ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ । ଖବର ପାଇ ହାତୀ ଘଉଡାଇବା ପାଇଁ ଘଟଣା ସ୍ଥଳରେ ବନ ବିଭାଗର ପହଞ୍ଚିଛି ।
ଦିନରେ ଗାଁ ପାଖ ଜଙ୍ଗଲକୁ ହାତୀ ପଳାଇ ଯାଉଥିବା ବେଳେ ରାତି ହେଲେ ଗାଁ ଭିତରକୁ ପସି ଆସୁଛନ୍ତି ହାତୀ ପଲ । ଲୋକଙ୍କ ଘର ଭାଙ୍ଗୁଥିବାରୁ ଲୋକେ ଭୟଭୀତ ହୋଇ ରାତି ସାରା ହାତୀକୁ ଜଗି ରହୁଛନ୍ତି ।
