ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ମନୋରଂଜନ ମିଶ୍ର ସାଧାରଣ ସମ୍ପାଦକ ପୂର୍ବ ସଭାର ବିବରଣୀ ପଠନ କରିଥିଲେ ଯାହାକୁ ସଭାରେ ଅନୁମୋଦନ କରାଗଲା । ଏଜେଣ୍ଡା ଅନୁଯାୟୀ ଆଲୋଚନା ହେଲା ପ୍ରଥମେ ଆସନ୍ତା ୦୧.୧୦.୨୦୨୨ଦିିନ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ବିସ୍ତୃତ ଆଲୋଚନା ହେଲା । ପ୍ରତି ସଭ୍ୟ ଟ.୧୦୦/- ଚାନ୍ଦା ଦେବା ପାଇଁ ସ୍ଥିର ହେଲା । ନିମନ୍ତ୍ରିତ ଅତିଥି ଭାବେ ଯେକୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ଡାକିବାକୁ ସ୍ଥିର ହେଲା । ସ୍ଥାନ ଓ ସମୟ ସ୍ଥିର କରିବାକୁ ସଭାପତି ଓ କର୍ମକର୍ତାଙ୍କ ଉପରେ ନ୍ୟସ୍ତ କରାଗଲା । ଏ ବିଷୟ ପରେ ସମସ୍ତଙ୍କୁ ଅବଗତ କରାଯିବ । ଯେଉଁ ସଭ୍ୟମାନେ ଦିର୍ଘ ଦିନରୁ ବାର୍ଷିକ ଚାନ୍ଦା ଦେଇନାହାନ୍ତି ସେମାନଙ୍କୁ ସଭ୍ୟରୁ ବାଦ ଦେବା ପାଇଁ ଆଲୋଚନା ହେଲା । ପ୍ରଥମେ ତାଙ୍କୁ ଆଉଥରେ ଅନୁରୋଧ କରିବା ପାଇଁ ସ୍ଥିର ହେଲା, ଯଦି ସେମାନେ ସେହି ସମୟ ଭିତରେ ଚାନ୍ଦା ନ ଦିଅନ୍ତି ସଭ୍ୟ ପଦ ବାତିଲ କରିଯିବା ପାଇଁ ସ୍ଥିର ହେଲା । ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନ ପରେ ସୁନିଲ ଚନ୍ଦ୍ର ବିଶ୍ୱାଳ ଅତିରିକ୍ତ ସାଧାରଣ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ ପରେ ସଭାପତି ସଭା ସାଙ୍ଗ କଲେ । ଉକ୍ତ ସଭାରେ ପ୍ରଫୁଲ୍ଲ ସାହୁ ଉପ-ସଭାପତି, ସୁଧାଂଶୁ ଦର୍ଜୀ ମୁଖ୍ୟ ପରାମର୍ଶଦାତା, ପଦ୍ମଚରଣ ଆଚାର୍ଯ୍ୟ ପରାମର୍ଶଦାତା, ବିରଂଚି ହୋତା ଉପସଭାପତି, ଚୁଡେନ୍ଦ୍ର ବେହେରା ଯୁଗ୍ମ ସଂପାଦକ, ପୂର୍ଣ୍ଣଚନ୍ଦ୍ର ମେହେର, ଚିତରଂଜନ ପଟେଲ, ଗୋପାଳକୃଷ୍ଣ ମିଶ୍ର, ସୁରେନ୍ଦ୍ର ନେଗୀ, କପିଳେଶ୍ୱର ଖମାରୀ, ପ୍ରମୋଦ କୁମାର ମିଶ୍ର, ହରେକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
