ଆଜି ଯାଜପୁରରେ ପହଞ୍ଚିବ ଅହିଂସା ରଥ ବାଣ୍ଟିବ ଅହିଂସା ଓ ଦେଶପ୍ରେମର ବାର୍ତ୍ତା ।
ଯାଜପୁର : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଯାଜପୁର ଜିଲ୍ଲାରେ ପହଞ୍ଚିବ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା ଠାରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଲାର ୧୦ ଗୋଟି ବ୍ଳ୍କ ଓ ୨ ଗୋଟି ପୈାରାଞ୍ଚଳ ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରିବ । ସ୍ୱାଧୀନତା ସଂଗ୍ରାମ ସହ ଜଡିତ ସ୍ମୃତି ଅଞ୍ଚଳରେ ବିଶେଷ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ମଙ୍ଗଳବାର ଠାରୁ ଗୁରୁବାର ୩ ଦିନ ଧରି ଏହି ରଥ ଜିଲ୍ଲାର ପରିକ୍ରମା କରିବ । ରହଣି ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଳ୍ାପାଳ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଚ୍ଥନ୍ତି । କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ ଓ ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଚ୍ଥି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ସ୍ୱାଧୀନତା ୭୫ ବର୍ଷ ପୂର୍ତ୍ତିର ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଊଦ୍ବୁଦ୍ଧ ହେବାପାଇଁ ଜିଲ୍ଳ୍ା ପ୍ରଶାସନ ତରପଂରୁ ନିବେଦନ କରାଯାଇଚ୍ଥି ।
