ମୟୁରଭଞ୍ଜ ହେରିଟେଜ ୱାକ୍ସ ଐତିହାସିକ ବାରୁଣେଶ୍ୱର ଶୈବ ପୀଠ ପରିଦର୍ଶନ ସହ ଇତିହାସ ଉପରେ ଆଲୋଚନା
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଇତିହାସ, ଐତିହ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଲଭର୍ସ ଓ ମୟୁରଭଞ୍ଜ ମିରର ସଙ୍ଗଠନ ଦ୍ୱାରା ଯୁବ ପିଢିଙ୍କ ନିକଟରେ ଇତିହାସ ଓ ଐତିହ୍ୟର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ ହୋଇଆସୁଥିବା ମୟୂରଭଂଜ ହେରିଟେଜ ୱାକ୍ସର ନବମ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହେରିଟେଜ ୱାକ୍ସର ଅଭିଯାତ୍ରୀ ଦଳ ବାରିପଦା ଠାରେ ଥିବା ଐତିହାସିକ ବାରୁଣେଶ୍ୱର ଶୈବ ପୀଠ ଠାରେ ପହଞ୍ଚିଥିଲେ । ମୟୁରଭଞ୍ଜ ଲଭର୍ସର ସଦସ୍ୟ କୁମାରେଶ ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିବା ପରେ ସଦସ୍ୟ ଋଷିରାଜ ପଟ୍ଟନାୟକ ମନ୍ଦିରର ଇତିହାସ ଓ ବିଶେଷତ୍ୱ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଆଲୋଚନା ଚକ୍ରରେ ଯୁବପିଢିଙ୍କୁ ମୟୁରଭଞ୍ଜ ମାଟିର ଇତିହାସ ଓ ଐତିହ୍ୟ ପ୍ରତି କିଭଳି ଆକୃଷ୍ଟ କରାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜିକା ଭାବରେ ସ୍ୱାତି ସାହା ଓ ତ୍ରିଷା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସଦସ୍ୟ ଜୟ ପ୍ରକାଶ ସିଂହ, ସୁଶ୍ରୀ ନାୟକ, କିଶୋର କୁମାର ମହାନ୍ତି, ଶ୍ରୁତି ସ୍ୱପ୍ନା, ସୌମ୍ୟରଂଜନ ମିଶ୍ର, ଜିତ ପଟ୍ଟନାୟକ, ଆଭାସ ଦେ, ଶୁଭସ୍ମିତା ସାହୁ, ଶତାବ୍ଦୀ ତରେଇ, ହରପ୍ରିୟା ନାୟକ, ଭବାନୀ ପାତ୍ର, ଶୁଭ୍ର ସୌଭାଗ୍ୟବତୀ ସି, ଶ୍ରାବଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
