ଅଖିଳ ଭାରତୀୟ ଟେରାପନ୍ଥ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର
ବାରିପଦା : ଅଖିଳ ଭାରତୀୟ ଟେରାପନ୍ଥ ଯୁବ ପରିଷଦ ପକ୍ଷରୁ ବାରିପଦା ରୋଟାରୀ କ୍ଲବ ସଭାଗୃହ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ, ଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବ୍ୟବସାୟୀ ସଂଘର ସଭାପତି ଅମିତାଭ ସାହୁ , ଉପଦେଷ୍ଟା ପଦ୍ମନାଭ ପୃଷ୍ଟି ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ତକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପିଆରଏମ ମେଧଫିକାଲ କଲେଜ ପାଥଲୋଜି ବିଭାଗ ଏବଂ ପାରା ମେଧଫିକାଲ କର୍ମଚାରୀ ମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦିତ ହୋଇଟିବା ବେଳେ, ଅନୁପ ଜୈନ, ଜୟନ୍ତ ଦୁଗଡ ଏବଂ ତାଙ୍କ ପରିବାର ବର୍ଗ ସମସ୍ତ କାର୍ଯ୍ୟରେ ଏବଂ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
