ଲକ୍ଷ୍ମୀନାରାୟଣ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ
ଯାଜପୁର : ଯାଜପୁର ବ୍ଲକ ଚିତାହଟାରେ ଅବସ୍ଥିତ ଲକ୍ଷ୍ମୀନାରାୟଣ ହାଇସ୍କୁଲ ପରିସରରେ ୨୦୦୮ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରଣ କରି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁରୁଜୀ ନିରଂଜନ ଦାସ, ପ୍ରଫୁଲ୍ଲ ଦାସ, ସୁରେଶ ଚନ୍ଦ୍ର ବଭି, ନିରଂଜନ ବାରିକ, ସରୋଜ କୁାମର ସେଠି, ଅନନ୍ତ ଓଝା, ଅଶୋକ ରାଉତ, ବ୍ରହ୍ମାନନ୍ଦ ପହି, ଶଙ୍କର୍ଷଣ ସାହୁ, ସଦାନନ୍ଦ ପାଢ଼ୀ, ପ୍ରଗତି ଦୀକ୍ଷିତ, ରଙ୍ଗାଧର ସାର ଓ ପୁରାତନ ଛାତ୍ର ସମ୍ବିତ ମହାନ୍ତି, ରଂଜନ ରାଉତ, ଶୌଭାଗ୍ୟ ସାହୁ, ସନ୍ତୋଷ ସାହୁ, ସତ୍ୟଶିବ ରାଉତରାୟ, ଶ୍ରଦ୍ଧାଞ୍ଜଳି ରାଉତ, ଦିପ୍ତିମୟୀ ରାଉତ, ବିରଜା ସାହୁ, ଶୁଭ୍ରାଂଶୁ ସାମଲ, ସୌଭାଗ୍ୟ ରାଉତ, ରତିକାନ୍ତ ନାୟକ, ସନ୍ତୋଷ ସାହୁ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ଅନୁଭୂତି ବାଣ୍ଟିଥିଲେ ।
