ବିଦ୍ୟାଳୟ ପାଇଖାନା ଟାଙ୍କିରୁ ଷଣ୍ଢ ଉଦ୍ଧାର
ଯାଜପୁର : ଦାରଥପୁର ବ୍ଲକ ରାହାସୋଇ ପଞ୍ଚାୟତ ସ୍ଥିତ ଜଗନ୍ନାଥ ବିଦ୍ୟା ମନ୍ଦିର ପରିସରରେ ଥିବା ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଖସିପଡିଥିବା ଷଣ୍ଢକୁ ଉଦ୍ଧାର କରାଯାଇଛି । ଶନିବାର ରାତ୍ରି ପ୍ରାୟ ୧୦ ଘଟିକା ସମୟରେ ବିଦ୍ୟାଳୟ ପରିସରରେ ଅର୍ଦ୍ଧ ନିର୍ମିତ ପାଇଖାନା ଟାଙ୍କରେ ଏକ ଷଣ୍ଢ ଖସି ପଡି ଚିତ୍କାର କରିବାରୁ ସମ୍ପୃକ୍ତ ବିଦ୍ୟାଳୟ ସମ୍ମୁଖରେ ଦୋକାନ କରିଥିବା କିଛି ବ୍ୟବସାୟୀ ଷଣ୍ଢର ଚତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚୀ ଷଣ୍ଢଟିକୁ ଉକ୍ତ ଅର୍ଦ୍ଧ ନିର୍ମିତ ଖୋଲା ପାଇଖାନା ଟାଙ୍କିରେ ପଡିଯାଇଥିବା ଦେଖିବା ସହିତ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ନ ହେବାରୁ ତୁରନ୍ତ ଯାଜପୁର ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଷଣ୍ଢକୁ ଉଦ୍ଧାକରିଥିବା ବେଳ ଶନିବାର ବିଦ୍ୟାଳୟ ଛୁଟି ପରେ କାହା ନିର୍ଦ୍ଦେଶରେ ବିଦ୍ୟାଳୟ ଫାଟକ ରାତି ପର୍ଯ୍ୟନ୍ତ ଖୋଲା ରହିଥିବା ସେଥି ନେଇ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
