ଧରାପଡିଲା ଚୀନର ବଡ ଚାଲ୍ ! ନାଗରିକଙ୍କ ଉପରେ ନଜର ରଖିବାକୁ କରୁଛି ଡିଏନଏ ପରୀକ୍ଷା
ବେଜିଂ: ତିବ୍ବତ ଉପରେ ଚୀନର ଅକଥନୀୟ ଅତ୍ୟାଚାର କାହାକୁ ଅଛପା ନାହିଁ। ଏବେ ଡ୍ରାଗନର ଏକ ବଡ ଚାଲ ସାମନାକୁ ଆସିଛି। ନାଗରିକଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ଚୀନ, ତିବ୍ବତରେ ମାସ ଡିଏନଏ ଟେଷ୍ଟ ଆରମ୍ଭ କରିଛି। ନିକଟରେ ହ୍ୟୁମାନ ରାଇଟ ୱାଚର ଏକ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ତିବ୍ବତୀୟଙ୍କ ଉପରେ ନଜର ରଖିବା ପାଇଁ ଚୀନ ଏକ ବାୟୋଲଜିକାଲ ଡାଟାବେସ ପ୍ରସ୍ତୁତ କରୁଛି। କେବଳ ତିବ୍ବତ ନୁହଁ ସେ ଜବରଦଖଲ କରିଥିବା ପୂର୍ବ ତୁର୍କୀସ୍ତାନ ଓ ଦକ୍ଷିଣ ମଙ୍ଗୋଲିଆର କିଛି ଅଞ୍ଚଳରେ ମଧ୍ୟ ଲୋକଙ୍କ ଡିଏନଏ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି।
ମାନବାଧିକାର ୱାଚର ରିପୋର୍ଟ ଅନୁସାରେ ପୁରା ତିବ୍ବତ ଓ ଚୀନ ଜବରଦଖଲ କରିଥିବା ପୂର୍ବ ତୁର୍କିସ୍ତାନ ଓ ଦକ୍ଷିଣ ମଙ୍ଗୋଲିଆର କିଛି ଅଞ୍ଚଳରେ ମଧ୍ୟ ଲୋକଙ୍କ ଡିଏନଏ ପରୀକ୍ଷା କରାଯାଉଛି। ଏହାପୂର୍ବରୁ ଚୀନ୍ ହଜାର ହଜାର Uyghur Muslimsଙ୍କ ବନ୍ଧ୍ୟାକରଣ କରିଥିଲା, ଯାହାର ଫଳାଫଳ ଅତ୍ୟନ୍ତ ଭୟଙ୍କର ଥିଲା। ପୁଣି ଥରେ ସେହି ଭଳି ଭୁଲକୁ ପୁଣି ଥରେ ଚୀନ ଦୋହରାଉଛି। ତିବ୍ବତରେ ୧୪ଟି ଜିଲ୍ଲାରେ ଲୋକଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଉଛି। ଚୀନରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରଖିବାକୁ ଜିନପିଙ୍ଗ୍ ସରକାର ଲକ୍ଷ୍ୟ ରଖିଛନ୍ତି। ତିବ୍ବତୀୟଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଡିଏନଏ ଅଭିଯାନରେ ବ୍ୟସ୍ତ ରଖି ଶାନ୍ତିପୂର୍ଣ୍ଣ ଭାବେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ସି ଜିନପିଙ୍ଗ ଯୋଜନା କରିଥିବା କୁହାଯାଉଛି।
୧୯୪୯ ମସିହାରୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ପିଆରସି) ପ୍ରତିଷ୍ଠା ହେବା ପରେ ଚୀନ୍ ଦଖଲରେ ଥିବା ତିବ୍ବତକୁ ଦମନ କରାଯାଇଛି। ଜେନେଟିକ୍ ନମୂନା ସଂଗ୍ରହ ଚୀନ୍ ପାଇଁ ନୂଆ ନୁହେଁ। କାରଣ ଏହାର ଜନ ସୁରକ୍ଷା ମନ୍ତ୍ରଣାଳୟ ନିକଟରେ ବିଶ୍ୱର ସର୍ବବୃହତ ଫୋରେନସିକ୍ ଡିଏନ୍ଏ ଡାଟାବେସ୍ ରହିଛି। ଏଥିରେ ୧୦ କୋଟିରୁ ଅଧିକ ପ୍ରୋଫାଇଲ୍ ଧାରଣ କରିବାର କ୍ଷମତା ଅଛି। ଏଥିରେ ସନ୍ଦିଗ୍ଧ, ଅପରାଧି କିମ୍ବା ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କଠାରୁ ନମୂନା ସଂଗ୍ରହ କରାଯାଉଛି। କିନ୍ତୁ ସି ଜିନପିଙ୍ଗଙ୍କ ନେତୃତ୍ୱରେ ୨୦୧୭ ଠାରୁ ବେଜିଂ ଏହି କାର୍ଯ୍ୟରେ ପରିବର୍ତ୍ତନ ଆଣିଛି। ଏବେ କେବଳ ଚୀନର ମାତ୍ର ୧୦% ପୁରୁଷଙ୍କଠାରୁ ଡିଏନଏସଂଗ୍ରହ କରାଯାଉଛି। ଯାହାକୁ ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି।
ବିଶେଷ କରି ଅଧିକୃତ ଅଞ୍ଚଳରେ ଏପରି ମନ୍ଦ ଉଦ୍ଦେଶ୍ୟ ନେଇ ବେଜିଂ ଦ୍ୱାରା ଚକ୍ରାନ୍ତ କରାଯାଉଛି। ଡିଏନଏ ଟେଷ୍ଟ ଦ୍ୱାରା ତିବ୍ବତ ସହ ଲିଙ୍କ୍ ଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ଆଉ ସେହି ବ୍ୟକ୍ତିଙ୍କୁ ପ୍ରତ୍ୟେକ୍ଷ ସରକାର ପରିଚାଳନାରୁ ଦୂରେଇ ରଖାଯାଇପାରିବ। ତିବ୍ବତ, ପୂର୍ବ ତୁର୍କୀସ୍ତାନ କିମ୍ବା ଦକ୍ଷିଣ ମୋଙ୍ଗୋଲିଆରେ ଚୀନ୍ ଜନସାଧାରଣଙ୍କୁ ନିୟନ୍ତ୍ରଣ କରିବା ପାଇଁ ନୂତନ ନିୟମ ବିଷୟରେ ବାରମ୍ବାର ଘୋଷଣା କରୁଛି। ଏପରି ଲୋକଙ୍କ ବାୟୋ-ସିକ୍ୟୁରିଟି ସହ ଖେଳ ଆରମ୍ଭ କରିଛି। ଏହା ଏକ ନିନ୍ଦନୀୟ କାର୍ଯ୍ୟ ଓ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି, ତେଣୁ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
