ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ ଇଣ୍ଟରନେଟ୍ ସେବା ଉପଲବ୍ଧ
ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍ ଗ୍ଲାସିଅରରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ସିଆଚେନ୍ ଗ୍ଲାସିଅରରେ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ସେବାକୁ ଆକ୍ଟିଭେଟ୍ କରାଯାଇଛି । ଭାରତୀୟ ସେନାର ଏକ ଶାଖା ଫାୟାର ଆଣ୍ଡ ଫ୍ୟୁରି କର୍ପସ ଏକ ଟୁଇଟ୍ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି।
ଟ୍ୱିଟରରେ ଫଟୋ ସେୟାର କରି ଭାରତୀୟ ଆର୍ମି ୱିଙ୍ଗ କହିଛି ଯେ ୧୯,୦୬୧ ଫୁଟ ଉଚ୍ଚରେ ସିଆଚେନ୍ ଗ୍ଲାସିଅରରେ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ସେବାକୁ ଆକ୍ଟିଭେଟ୍ କରିବା କାର୍ଯ୍ୟ ଶେଷ ହୋଇଛି। ଏହା ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର । ସିଆଚେନ୍ ସିଗ୍ନାଲ୍ ଏହି କାମ କରିଛି।
ସିଆଚେନ୍ ଗ୍ଲାସିଅର୍ ହିମାଳୟର ପୂର୍ବ କରାକୋରାମ ରେଞ୍ଜ ପରିସରରେ ଅବସ୍ଥିତ । ଏହା ହେଉଛି ବିଶ୍ୱର ସର୍ବୋଚ୍ଚ ସାମରିକ କ୍ଷେତ୍ର । ଏଠାରେ ପ୍ରତିକୂଳ ପାଗ ଭାରତୀୟ ସୈନିକମାନଙ୍କ ପ୍ରତିଦିନ ପରୀକ୍ଷା ନେଇଥାଏ । ସିଆଚେନରେ ସବୁଠାରୁ ବଡ ବିପଦ ହେଉଛି ହିମସ୍ଖଳନ। ଶୀତଦିନେ ହିମସ୍ଖଳନ ହେବା ସାଧାରଣ କଥା। ଏହି ସମୟରେ ତାପମାତ୍ରା ମାଇନସ୍ ୬୦ ଡିଗ୍ରୀ ତଳେ ପହ ପହଞ୍ଚି ଯାଏ । ଏହାପୂର୍ବରୁ ରବିବାର ଲଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର.କେ ମାଥୁର ପ୍ୟାଙ୍ଗଙ୍ଗ ଏବଂ ନୁବ୍ରା ସବ୍ ଡିଭିଜନ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଅନେକ ପ୍ରତିନିଧୀଙ୍କୁ ଭେଟିଥିଲେ। ସେମାନେ ନେଟୱାର୍କ ଏବଂ ଇଣ୍ଟରନେଟ୍ ସଂଯୋଗକୁ ଉନ୍ନତ କରିବା ପାଇଁ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଦାବି କରିଥିଲେ |
