କୁମ୍ଭୀର ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ନିମପୁର ଗ୍ରାମର ବବ୍ରୁ ବାହନ ଭୂୟାଁ କୁମ୍ଭୀର ଆକ୍ରମଣରେ ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଚିକିତ୍ସା ଓ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ତାଙ୍କ ପକ୍ଷରୁ ତାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଭୂୟାଁ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଆବେଦନ କରିବା ସହ ଆର୍ଥିକ ଅବସ୍ଥା ଖରାପ ଥିବା ବବ୍ରୁବାହନଙ୍କୁ ସହାୟତା ଦେବାପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ବ୍ରାହ୍ମଣୀ ନଦୀର ନିମପୁର ଠାରେ ଜେଠି ଭାଙ୍ଗି ଯାଇଥିବାରୁ କୁମ୍ଭୀର ନଦୀରୁ ଉଠିଆସି ବିଲରେ ପଶିଥିଲା । ବବ୍ରୁ ବାହନ ଶୈାଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
