ସିଆର୍ପିଏଫ୍ ୧୮୯ ବାଟାଲିୟନ ପକ୍ଷରୁ ବିଶ୍ୱକର୍ମା ପୂଜା
ବଲାଙ୍ଗିର : ୧୮୯ ବାଟାଲିୟନ ସିଆରପିଏଫ୍ କମାଣ୍ଡାଂଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶାନ୍ତିପଡା ସିଆରପିଏଫ୍ ମୁଖ୍ୟାଳୟଠାରେ ଏକ ବିଶାଳ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଯାଇଛି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଏ । ନିର୍ମାଣ ଏବଂ ସ୍ଥାପତ୍ୟର ଦେବତା ଭଗବାନ ବିଶ୍ୱକର୍ମାଙ୍କୁ ଏହି ପବିତ୍ର ପର୍ବରେ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ସ୍ଥାନୀୟ ଭକ୍ତମାନଙ୍କୁ କମାଣ୍ଡାଂଟ ପୱନ କୁମାର ତିୱାରୀ ସ୍ୱାଗତ କରିଥିଲେ । ସିଆରପିଏଫ୍ କର୍ମକର୍ତାଙ୍କ ସହ ସ୍ଥାନୀୟ ଭକ୍ତମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ଭଜନ କୀର୍ତନ ପ୍ରଦର୍ଶନ କରିଥିଲେ । ଏହା ପରେ ପ୍ରସାଦ ବଂଟନ କରାଯାଇଥିଲା ଏବଂ ଭୋଜିରେ ବିଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମାଣ୍ଡାଂଟ ପୱନ କୁମାର ତିୱାରୀ, ତାଙ୍କ ପତ୍ନୀ ଶ୍ରୀମତୀ ଶ୍ୱେତା ତିୱାରୀ, ପୀତବାସ ପଣ୍ଡା ଦ୍ୱିତୀୟ କମାଣ୍ଡାଂଟ ଅଫିସର, ସୟଦ ମୁଜିଭ ଅଲି ଡେପୁଟି କମାଣ୍ଡାଂଟ, ଶନୀନା ଶର୍ମା ଆସିଷ୍ଟାଂଟ କମାଣ୍ଡାଂଟ, ସୁଭେଦର ମେଜର ବଳରାମ ପାଟ୍ରା, ଇନ୍ସପେକ୍ଟର ଏନ ଶ୍ୟାମ ସିଂ, ସିଆରପିଏଫ୍ ପରିବାର ସଦସ୍ୟ ଏବଂ ଭଗବାନ ବିଶ୍ୱକର୍ମାଙ୍କ ଭକ୍ତ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
