ସୋରରେ ଯୁବକଙ୍କ ସନ୍ଦେହଜକନ ମୃତ୍ୟୁ
ସୋର : ଆଜି ସୋର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗଞ୍ଜ ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଗତକାଲି ସକାଳେ ଏହି ଗ୍ରାମର ଗୟାଧର ବେହେରାଙ୍କ ପୁଅ ନିରଂଜନ(୫୦) ଗତକାଲି ଘରକୁ ରଘୁନାଥପୁର ଗଞ୍ଜ ରାସ୍ତାରେ ଘରକୁ ଚାଲି ଚାଲି ଆସୁଥିବା ସ୍ଥାନୀୟ ଲୋକେ ଦେଖିଥିବା କହୁଛନ୍ତି । ଦିନ ୯ଟା ସମୟରେ ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ଆଗିରିଆ ଛକରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ କାନ ମୁଣ୍ଡରୁ ରକ୍ତ ବାହାରୁ ଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ଭୋର ତାଙ୍କର ମତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇ ସଂସ୍କାର କରାଯାଇଛି । ତାଙ୍କ ପୁଅ ତନ୍ମୟ ମୁଖାଗ୍ନି ଦେଇଥିବା ବେଳେ ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
