ମାର୍କଣ୍ଡ ପୁଷ୍କଋଣୀରେ ସ୍ନାନକଲେ ମା ମଙ୍ଗଳା
ପୁରୀ : ଭଟ୍ଟ ଯାଗା ନିକଟରେ ଅବସ୍ଥିତ ମା ମଙ୍ଗଳା ଦୁତି ବାମନ ଓ ସହସ୍ରା କୁମ୍ଭାଭିଷେକ ଉପଲକ୍ଷେ ମା ମଙ୍ଗଳା ବିମାନରେ ଆସି ମାର୍କଣ୍ଡ ପୁଷ୍କଋଣୀ ନିକଟରେ ସ୍ନାନ କରି ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମାଙ୍କୁ ବେଶ କରି ବାହୁଡ଼ା ବିଜେ କରିଥିଲେ । ବାଟରେ ମା ଦକ୍ଷିଣକାଳୀ ଓ ଜମ୍ବେଶ୍ୱର ମହାଦେବଙ୍କ ପୀଠରେ ପନ୍ତି ଭୋଗ ଲାଗି ହେବା ପରେ କେତେକ ବ୍ୟକ୍ତି ବାଟରେ ନିଜ ଘର ସମ୍ମୁଖରେ ମାଙ୍କୁ ଭୋଗ ଅର୍ପଣ କରିଥିଲେ । ଶେଷରେ ମା ତାଙ୍କ ଆସ୍ଥାନକୁ ଫେରିଥିଲେ । ଘଂଟ,ଘଂଟା ଛତ୍ରୀ ସହ ମା ବିମାନରେ ବିଜେ କରିବା ସମୟରେ ଶହ ଶହ ଭକ୍ତ ମାଙ୍କ ନିକଟରେ ମୁଣ୍ଡିଆ ମାରୁଥିବା ଦେଖାଯାଇଥିଲା । ମା ଷୋଳପୂଜାରେ ବସୁଥିବାରୁ ବିଭିନ୍ନ ଦିନମାନଙ୍କରେ ବିଭିନ୍ନ ପୂଜା ଓ ବେଶ ଅନୁଷ୍ଠିତ ହେବ ।
