ପ୍ରାକ୍ତନ ବିଧାୟକ ଗୋପନାରାୟଣ ଦାସଙ୍କ ସ୍ମୃତିରେ ଶୋକସଭା
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ ତରଫରୁ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ବର୍ଷିୟାନ ନେତା ତଥା କାଉନସିଲର ପଦ୍ମଲୋଚନ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଶୋକସଭାରେ ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା ସଭାକୁ ପରିଚାଳନା କରିଥିଲେ ।
ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ କାର୍ଯ୍ୟକାଳ ସମୟରେ ବାଲେଶ୍ୱରରେ ଗଢିଉଠିଥିବା ଶିଳ୍ପପ୍ରତିଷ୍ଠାନ ତଥା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ନନ୍ଦୀ, ଗୋପୀନାଥ ପାଢ଼ୀ, କୃଷ୍ଣଗୋପାଳ ପଣ୍ଡା, ପ୍ରଜ୍ଞାପାରମିତା ମହାନ୍ତି, ଜ୍ୟୋତ୍ସ୍ନା ସେନାପତି, ଅରୁଣ ଜେନା, ତରୁଣ ଦାସ, ନିରଞ୍ଜନ ବେହେରା, ଅବଦୁଲ ମଜିଦ, ସଞ୍ଜୀବ ଚକ୍ରବର୍ତ୍ତୀ, ବାସନ୍ତୀ ନାୟକ, ଗୌତମ ସାହୁ, ଜୀବନ ମହାପାତ୍ର, ଡମ୍ବରୁଧର ବେହେରା, ସନ୍ତୋଷ ମହାପାତ୍ର, କମଳା ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ ।
