ରେଗିଡ଼ି ପୂର୍ଣ୍ଣ ଚନ୍ଦ୍ର ନାହକ ହତ୍ୟା ଘଟଣା ଅନ୍ୟ ଏକ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରେଗଡି ଛକରେ ପୂର୍ଣ୍ଣ ଚନ୍ଦ୍ରନାହାକ ହତ୍ୟା ଘଟଣାରେ ପୁଲିସ ସଂପୃକ୍ତ ଥିବା ଅନ୍ୟ ଏକ ଅଭିଯୁ୍ତଙ୍କୁ ଗିରଫ କରିଛି । ସେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶି ଗ୍ରାମର ହେଲେ ବସନ୍ତ ବେହେରା। ପୂର୍ବରୁ ପୁଲିସ ତିନି ଅଭିଯୁକ୍ତ ଭୀମ ବେହେରା, ସାଗର ବେହେରା, କୃଷ୍ଣ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଅନ୍ୟ ଏକ ଅଭିଯୁକ୍ତ ବସନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ସୂଚନା ଯୋଗ୍ୟ ଯେ,ପୂର୍ଣଚନ୍ଦ୍ର ଗତ ୧୩ ତାରିଖରେ କୋର୍ଟରେ ସାକ୍ଷୀ ଦେବାକୁ ଆସିବା ବେଳେ ରେଗଡି ଛକରେ ଆକ୍ରମଣ କରାଯାଇଥିଲା । ସେ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । କିଛି ସମୟର ଚିକିତ୍ସା ପରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ଏନେଇ ତାଙ୍କ ସ୍ତ୍ରୀ ମିନତି ନାହାକ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ସଦର ଥାନା ପୁଲିସ ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯକ୍ତଙ୍କ ସମେତ ତିନି ଜନକୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଏକ ଅଭିଯୁକ୍ତ ବସନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏହି ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ବର୍ତ୍ତମାନ ବି ଏହି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ। ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୁଲିସ।
