ନିଷ୍ଟର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ୨୬ ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ଷ୍ଟ୍ରକ୍ଚର ସୃଷ୍ଟି କରିପାରିଛି ନିଷ୍ଟ : ବିଧାୟକ
ବ୍ରହ୍ମପୁର : ଗୋଳନ୍ଥରା ପାଲୁରୁ ହିଲ୍ ସ୍ଥିତ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ( ନିଷ୍ଟ ) ଶିକ୍ଷାନୁଷ୍ଠାନର ୨୬ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ.ପ୍ରିୟଦର୍ଶୀ ତ୍ରିପାଠୀଙ୍କ ତ୍ୱତ୍ତାବଧନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ସଂମ୍ମାନୀତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ମୁଖ୍ୟ ବ୍ୟକ୍ତାଫ୍ଲୋରିଡା(ୟୁଏସଏ )ବିଶ୍ୱବିଦ୍ୟାଳୟର ଅନୁବନ୍ଧକ ଅଧ୍ୟାପକ ଡ଼ଃ ସତ୍ୟ ପ୍ରକାଶ ଦାସ ଏବଂ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀଯୋଗ ଦେଇ ମଂଞ୍ଚାସିନ ଥିବା ବେଳେ କଲେଜର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାପାତ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ବୈଷୟିକ ଶିକ୍ଷା କ୍ଷେତ୍ରର ଯଥେଷ୍ଟ ଉନ୍ନତି ଆଣିଛି ନିଷ୍ଟ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ.ପ୍ରିୟଦର୍ଶୀ ତ୍ରିପାଠୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଆକାଂକ୍ଷା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଅନୁଷ୍ଠାନର ଚେୟାରମେନ ଶ୍ରୀ ସୁକାନ୍ତ ମହାପାତ୍ର ନିଜ ବକ୍ତବ୍ୟରେ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ଜଣାଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ ବ୍ରହ୍ମପୁର ସାଂସଦ । ଗତ ୨୬ ବର୍ଷ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଷ୍ଟ ରାଜ୍ୟ ତଥା ଦେଶରେ ଉତ୍ତମ ପ୍ରଦର୍ଶନ କରିଛି । ନିଷ୍ଟ୍ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରି ଦେଶ ଓ ବିଦେଶରେ ଓଡ଼ିଶାର ନାଁ କରିଛି ବୋଲି ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି । ୧୯୯୬ ମସିହା ଆଜିର ଦିନରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା । ଆଜି ଏହାର ୨୬ ତମ ପ୍ରତିଷ୍ଠା ଦିବସ । ବୈଷୟିକ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏହି ଅନୁଷ୍ଠାନ ସ୍ଵତନ୍ତ୍ର ପରିଚୟ ହାସଲ କରିବା ସହ ଏଠାରୁ ବହୁ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ଭଲ ସ୍ଥାନରେ ଚାକିରି କରୁଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର କହିଥିଲେ । ତାହା ସହ ଏମବିଏ ଓ ଏମଏସି କ୍ଷେତ୍ରରେ ନିଷ୍ଟ୍ ଭଲ ନାମ ଅର୍ଜନ କରିଛି । କେବଳ ପାଠ ନୁହେଁ ତା ସହିତ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ବିଧାୟକ କହିଛନ୍ତି । ଏଠାରେ ପଢୁଥିବା ପ୍ରତ୍ୟେକ ପିଲା ଭାଗ୍ୟବାନ ବୋଲି ବ୍ରହ୍ମପୁର ବିଧାୟକ କହିଛନ୍ତି । ଗତ ୨୬ ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ଷ୍ଟ୍ରକ୍ଚର ସୃଷ୍ଟି କରିପାରିଛି ନିଷ୍ଟ । ଆମ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କ୍ୟାମ୍ପକୁ ଦୃଷ୍ଟିରେ ରଖି ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଗବେଷଣା ଓ ବିକାଶ ଉପରେ ଫୋକସ୍ କରିବାକୁ ହେବ । ଭବିଷ୍ୟତ ଜ୍ଞାନକୌଶଳର ଶୀର୍ଷରେ ରହିବାକୁ ହେଲେ ବିଶ୍ୱରେ ଭାରତକୁ ସେହି ଭଳି ଭିତ୍ତିଭୂମି ଅନୁସନ୍ଧାନ କରିବାକୁ ହେବ ଅତିଥି ମାନେ କହିଥିଲେ ।ଅନୁଷ୍ଠାନର ବାଦ ବିବାଦ ଦେଇ ଗତି କରିଥିଲେ ହେଁ ପ୍ରତିଷ୍ଠାତାଙ୍କ ଉଦ୍ୟମ ଫଳରେ ସବୁ ଠିକ୍ ହୋଇପାରିଛି ବୋଲି ବ୍ରହ୍ମପୁର ବିଧାୟକ କହିବା ସହ ଗବେଷଣା ପ୍ରତି ବିଦ୍ୟାର୍ଥୀମାନେ ମନ ବଳାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡ଼ଃ ସତ୍ୟ ପ୍ରକାଶ ଦାସ କହିଥିଲେ କି, ଛାତ୍ରଛାତ୍ରୀମାନେ ନିଜ ଆଶା ଓ ଆକାଂକ୍ଷାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବ୍ୟବହାର କଲେ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ସହ ଉକ୍ତ ଶିକ୍ଷାନୁଷ୍ଠାନର ନାମକୁ ସର୍ବୋଚ୍ଚ ସ୍ଥାନରେ ରଖିପାରିବେ । ପରେ ଅନୁଷ୍ଠାନ ପକ୍ଷରୁ ମଞ୍ଚାସିନ ଅତିଥିଙ୍କୁ ସଂମ୍ମାନୀତ କରଗଲା । ସଭାଶେଷରେ କୁଳସଚିବ କ୍ଷୀରୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରର ଇଂ କ୍ଷୀରୋଦ ଚନ୍ଦ୍ର ମହାପାତ୍ର,ଅନୁଷ୍ଠାନର କମିଟି ସଦସ୍ୟ ବିମଳ କୁମାର ମିଶ୍ର ,ଡ଼ିନ ପ୍ରଦ୍ୟୁମ୍ନ ପାତ୍ର, ଟାଟା କମିନିଟ ଅନିସେଟି ଟ୍ରଷ୍ଟ ଡ଼ଃ ସଂଜଗୀତା ମିଶ୍ର, ମୋ କଲେଜ ରାଜ୍ୟ ସମ୍ପାଦକ ଆଦିତ୍ୟ ଚୌଧୁରୀ, ସଂଯୋଜକ ଡା. ଏମ ସୁରେଶ, ମିଡିଆ ଇଞ୍ଚର୍ଜ ଡ. ପ୍ରୀତି ରଞ୍ଜନ ସାହୁ, ଡ଼. ସନ୍ଦିପନ ମଲିକ, ସୁଶାନ୍ତ କୁମାର ସାହୁ, ସୁଶ୍ରୀ ପଦ୍ମଜା ପଟେଲ,ଧୀରେନ୍ଦ୍ର ମଲ୍ଲିକ, ଭବାନୀ ମିଶ୍ର, ପ୍ରଭୁଦତ ମିଶ୍ର, ନିଲେଶ ଦଳାଇ, ଗାୟତ୍ରୀ ପଣ୍ଡା, ବିଷ୍ଣୁ କର ନାୟକ ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଏକ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ ଜଣ ଆଲୁମିନିଙ୍କୁ ପୁରସ୍କୃତ କରାଯାଇଛି ।
