ଭାରତକୁ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ ପଡିଲେ ଏହି ଖେଳାଳି, ଟି-୨୦ ବିଶ୍ୱକପକୁ ଫେରିବା ଆଶା ଫିକା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ଶକ୍ତ ଧକ୍କା ଲାଗିଛି। ମହାମାରୀ ଅଟକାଇ ଦେଲା ଜଣେ ବିସ୍ଫୋରକ ବୋଲରଙ୍କ ଏଣ୍ଟ୍ରୀ। ଭେଟେରାନ୍ ପେସ୍ ବୋଲର ମହମ୍ମଦ ସାମି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଟିମରେ ସାମିଙ୍କ ରିଟର୍ଣ୍ଣ ବିଳମ୍ବ ହେବ। ଫଳରେ ସେ ତିନି ମ୍ୟାଚ ବିଶିଷ୍ଟ ମୋହାଲି ଟି-୨୦ ସିରିଜରୁ ବାଦ ପଡିପାରନ୍ତି। ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଟିମରେ ସାମିଲ କରାଯାଇପାରେ।
ସେପ୍ଟେମ୍ବର ୨୦ରୁ ମୋହାଲିରେ ଅଷ୍ଟ୍ରେଲିଆ ବନାମ ଭାରତ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଛି। ବିବିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ହଁ, ମହମ୍ମଦ ସାମି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ଲକ୍ଷଣ ସାମାନ୍ୟ ଥିବାରୁ ଚିନ୍ତା କରିବାର କିଛି ନାହିଁ। କିନ୍ତୁ ତାଙ୍କୁ ଅଲଗା ରହିବାକୁ ପଡିବ ଏବଂ ସେ କୋଭିଡ୍ ନେଟେଟିଭ୍ ହେବା ପରେ ତାଙଅକୁ ଦଳରେ ସାମିଲ ହେବେ। ଏହା ଦୁର୍ଭାଗ୍ୟଜନକ। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତ୍ତୀ ସିରିଜ ପାଇଁ ସେ ଫିଟ୍ ହେବେ।”
ରିପୋର୍ଟ ଅନୁସାରେ, ମହମ୍ମଦ ସାମିଙ୍କୁ ୩୫ ବର୍ଷିୟ ଉମେଶ ଯାଦବ ରିପ୍ଲେସ କରିପାରନ୍ତି। ଦୀର୍ଘ ତିନି ବର୍ଷ ପରେ ଉମେଶ, ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ଖେଳିବେ। ଶେଷ ଥର ପାଇଁ ସେ ୨୦୧୯ରେ କଙ୍ଗାରୁ ବିପକ୍ଷରେ ତାଙ୍କ ଶେଷ ଟି-୨୦ ସିରିଜ ଖେଳିଥିଲେ। ନିକଟରେ ଉମେଶ ତାଙ୍କ ମାଂସପେଶୀ ଆଘାତରୁ ସୁସ୍ଥ ହୋଇଛନ୍ତି। ଗତ ଆଇପିଏଲରେ ଉମେଶ ଯାଜବ କୋଲକାତା ପକ୍ଷରୁ ଘାତକ ବୋଲିଂ କରିଥିଲେ। ଏହା ବ୍ୟତୀତ ରୟାଲ ଲଣ୍ଡନ କପରେ ମିଡିଲସେକ୍ସ ପାଇଁ ୭ଟି ମ୍ୟାଚ ଖେଳି ୧୬ଟି ୱିକେଟ ନେଇଥିଲେ।
ସେପଟେ ଟି-୨୦ ବିଶ୍ୱକପକୁ ସାମିଙ୍କ ଫେରିବା ଆଶା ଫିକା ପଡିଛି। ଟି-୨୦ ବିଶ୍ୱକପ୍ ପାଇଁ ଭାରତର ୧୫ ଜଣିଆ ଦଳରେ ଷ୍ଟାର ବୋଲର ମହମ୍ମଦ ସାମିଙ୍କୁ ବାଦ୍ ଦିଆଯାଇଛି। ତେବେ ସେ ପୁଣିଥରେ ବିଶ୍ୱକପ୍ ଦଳରେ ସାମିଲ ହେଇପାରନ୍ତି ବୋଲି ଆଶା କରାଯାଉଥିଲା। ଏଥିପାଇଁ ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ପଡିବ। କିନ୍ତୁ ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ ପଡିଛନ୍ତି। ଏବେ ତାଙ୍କ ନିକଟରେ କେବଳ ଦକ୍ଷିଣ ଆଫ୍ରିକା ସିରିଜ ଅଛି। ବିଶ୍ୱକପ୍ ପାଇଁ ଦଳର ଫାଇନାଲ ଲିଷ୍ଟ ଅକ୍ଟୋବର ୧୦ ତାରିଖରେ ପଠାଯିବ।
ବିଶ୍ୱକପ୍ ପାଇଁ ଚୟନ ହେଇଥିବା ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), କେ ଏଳ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।
