ଟି-୨୦ ବିଶ୍ୱକପ-୨୦୨୨ : ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ସ୍କ୍ୱାର୍ଡ ଉପରେ ନଜର ପକାନ୍ତୁ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱପକ ପାଇଁ ଆଉ ମାସେରୁ କମ ସମୟ ବାକି ଅଛି। ବିଶ୍ୱକପ ପାଇଁ ଉଭୟ ଖେଳାଳି ଓ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଟି-୨୦ ବିଶ୍ୱକପ ପାଇଁ ଭାରତ ସମେତ ୧୩ଟି ଦଳ ସେମାନଙ୍କ ୧୫ ଜଣିଆ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ତିନୋଟି ଦେଶ ଆଇସିସି ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହାଁନ୍ତି। ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲ୍ୟାଣ୍ଡ ସେମାନଙ୍କ ଦଳ ଘୋଷଣା କରିନାହାଁନ୍ତି। ଆଇସିସିକୁ ନ୍ୟୁଜିଲ୍ୟାଣ୍ଡ ଦଳ ସମୟ ମାଗିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସେପ୍ଟେମ୍ବର ୨୦ରେ ନିଜ ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି।
ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି।ଏହି ଟୁର୍ନାମେଣ୍ଟରେ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ୮ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ଏହା ପରେ ପୁଣି ୪ଟି ଦଳ ସୁପର-୪ରେ ସାମିଲ ହେବେ। ଶନିବାର ସୁଦ୍ଧା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନାମିବିଆ, ଶ୍ରୀଲଙ୍କା, ୟୁଏଇ, ୱେଷ୍ଟଇଣ୍ଡିଜ୍, ଜିମ୍ବାୱେ ଓ ନେଜରଲାଣ୍ଡ ସେମାନଙ୍କ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲାଣ୍ଡ ଏଥିରେ ବିଳମ୍ବ କରୁଛନ୍ତି। ତେବେ ଖୁବଶୀଘ୍ର ସେମାନେ ମଧ୍ୟ ନିଜ ଦଳ ଘୋଷଣା କରିବେ।
ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ୨୦୨୨ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ରିଟର୍ଣ୍ଣ କରୁଛନ୍ତି। ପେସ ବୋଲର ମହମ୍ମଦ ସାମି ଏହି ତାଲିକାରୁ ବାଦ ପଡିଛନ୍ତି। ଏଥି ସହିତ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏକ ସ୍ଥାନ ମିଳିଛି। ତେବେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବ୍ୟତୀତ ଦୀପକ ଚହର ଏବଂ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ନାହିଁ। କିନ୍ତୁ ତିନିଜଣ ଖେଳାଳି ରିଜର୍ଭ ଖେଳାଳି ଭାବରେ ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଯିବେ। ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ।
ସେପଟେ ସେପ୍ଟେମ୍ବର ୨୯ରୁ ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ସ୍ଥାନରେ ଉମେଶ ଯାଦବ ଖେଳିପାରନ୍ତି। ଅଷ୍ଟ୍ରେଲିଆ ପରେ ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ସହିତ ମଧ୍ୟ ଟି-୨୦ ସିରିଜ ଖେଳିବ। ଏହି ଦୁଇଟି ସିରିଜର ଭଲ ପ୍ରଦର୍ଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସିରିଜର ଫଳାଫଳ ଆସନ୍ତା ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ।
ସୁପର-୧୨ ଗ୍ରୁପ-୧ :-
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ମାଥ୍ୟୁ ୱେଦ, ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋଇନିସ, ଏଷ୍ଟନ ଏଗର, ପ୍ୟାଟ କୁମିନ୍ସ, ଟିମ ଡେଭିଡ, ଜୋଶ ହାଜେଲହୁଡ, ଜୋସ ଇଂଗ୍ଲିସ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଏଡମ ଜାମ୍ପା ।
ଆଫଗାନିସ୍ତାନ ଦଳ: ମହମ୍ମଦ ନବୀ(କ୍ୟାପଟେନ), ରସିଦ ଖାନ, ରହମନୁହ୍ଲା ଗୁରବାଜ, ନଜିବହ୍ଲା ଜଦରାନ, ଅଜମତୁହ୍ଲା ଓମରଜଇ, ଦରବେଶ ରସୁଲି, ଫରିଦ ଅହମ୍ମଦ, ଫଜଲହକ ଫାରୁକି, ହଜରୁହ୍ଲା ଜଜଇ, ଇବ୍ରାହିମ ଜଦରାନ, ମୁଜିବଉର ରହମାନ, ନବୀନ ଉଲ୍ଲହକ, କୈଓ ଅହମ୍ମଦ, ସଲିମ ସଫି, ଉସମ୍ମାନ ଗନି ।
ଇଂଲଣ୍ଡ ଦଳ: ଜୋସ ବଟଲର (କ୍ୟାପଟେନ), ମୋଇନ ଅଲ୍ଲି, ଜନି ବେୟେରଷ୍ଟୋ, ହେରି ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ ମଲାନ, ଆଦିଲ ରସିଦ, ଫିଲ ସ୍ଲାଟ, ବେନ ଷ୍ଟୋକ୍ସ, ରିସ ଟାପଲି, ଡେଭିଡ ବେଲି, କ୍ରିସ ୱକ୍ସ, ମାର୍କ ଉଡ ।
ରିଜର୍ଭ ଖେଳାଳି: ଟାୟମଲ ମିଲ୍ସ, ଲିୟାମ ଡାସନ, ରିଚାର୍ଡ ଗ୍ଲିସନ
ନ୍ୟୁଜିଲାଣ୍ଡ ଦଳ: ଘୋଷଣା ହୋଇନାହିଁ
ସୁପର ୧୨ ଗ୍ରୁପ-୨ :-
ଭାରତୀୟ ଦଳ: ରୋହିତ ଶର୍ମା(କ୍ୟାପଟେନ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିପକ ହୁଡ୍ଡା, ରିଷବ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ।
ଷ୍ଟାଣ୍ଡବାଇ ଖେଳାଳି: ମହମ୍ମଦ ସାମି, ଶ୍ରେୟାସ ଆୟର, ରବି ବିଷ୍ନୋଇ, ଦିପକ ଚହର
ପାକିସ୍ତାନ ଦଳ: ବାବର ଆଜମ (କ୍ୟାପଟେନ), ଶାଦାବ ଖାନ, ଆସିଫ ଅଲ୍ଲି, ହେଦର ଅଲ୍ଲି, ହାରିସ ରୈଫ, ଇଫତିକାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ହସନୈନ, ମହମ୍ମଦ ନବାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନସିମ ଶାହ, ସାହିନ ଶାହ ଆଫ୍ରିଦି, ସାନ ମସୁଦ, ଉସ୍ମାନ କାଦିର ।
ରିଜର୍ଭ ଖେଳାଳି: ମହମ୍ମଦ ହାରିସ, ଫକର ଜମା, ଶାହାନବାଜ ଦାହାନୀ ।
ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାବୁମା (କ୍ୟାପଟେନ), କ୍ୱିଣ୍ଟନ ଡିକକ, ରିଜା ହଣ୍ଟ୍ରିକ୍ସ, ହେନରିକ କ୍ଲାସସେନ, କେଶବ ମହାରାଜ, ଏଡେନ ମାର୍କରମ, ଡେଭିଡ ମିଲର, ବାୟନ ପର୍ନେଲ, ଲୁଙ୍ଗି ଏନଗିଡି, ଏନରିକ ନୋରତେଜ, ଡ୍ୱେନ ପ୍ରେଟେରିୟସ, କେଗିସୋ ରାବାଡା, ରେଲି ରୋଶ, ତବରେଜ ସମ୍ସି, ଟ୍ରିଷ୍ଟନ ଷ୍ଟବ୍ସ ।
ରିଜର୍ଭ ଖେଳାଳି: ଜନ ଫାର୍ଟୁଇନ, ମାର୍କୋ ଜାନସେନ, ଏଣ୍ଡିଲେ ଫେହଲୁକବାୟୋ ।
ବାଂଲାଦେଶ ଦଳ: ଶାକିବ ଉଲ ହସନ(କ୍ୟାପଟେନ), ଅନାମୁଲ ହକ, ମୁଶିଫିକୁର ରହିମ, ଅଫ୍ରିଫ ହୁସେନ, ମୋସାଦିକ ହୁସେନ, ମହମ୍ମଦଉହ୍ଲା, ମେହେଦି ହୁସେନ, ମହମ୍ମଦ ସଇଫଉଦ୍ଦିନ, ହସନ ମହମୁଦ, ମୁସ୍ତାଫିଜୁର ରହମାନ, ନାସୁମ ଅହମ୍ମଦ, ସବ୍ୱିର ରହମାନ, ମେହଦୀ ହସନ ମିରାଜ, ଇବାଦତ ହୁସେନ, ପରବେଜ ହୁସେନ ଇମୋନ, ନରୁଲ ହୁସେନ, ତସ୍କିନ ଅହମ୍ମଦ ।
ପ୍ରଥମ ରାଉଣ୍ଡ ଗ୍ରୁପ-ଏ (କ୍ୱାଲିଫାଇଙ୍ଗ ରାଉଣ୍ଡ) :
ନାମ୍ବିଆ ଦଳ: ଗେରହାର୍ଡ ଇରାସମ୍ସ (କ୍ୟାପଟେନ), ଜେଜେ ସ୍ମିଟ, ଦିବାନ ଲା କାକ, ଷ୍ଟିଫନ ୱାର୍ଡ, ନିକୋଲ ଲାଫ୍ଟି ଇର୍ଟନ, ଜନ ଫ୍ରିଲିକ, ଡେଭିଡ ୱେଜ, ରୁବେନ ଟ୍ରମ୍ପଲମେନ, ଜେନ ଗ୍ରିନ, ବାର୍ନାର୍ଡ ସ୍କୋଲ୍ଟଜ, ତାଙ୍ଗେନି ଲୁଙ୍ଗମେନି, ମାଇକେଲ ବେନ ଲିଗେନ, ବେନ ଶିକୋଗୋ, କାର୍ଲ ବରକେନଷ୍ଟାକ, ଲୋହାନ ଲେରିନ୍ସ, ହେଲାଓ ୟା ଫ୍ରାସ ।
ଶ୍ରୀଲଙ୍କା ଦଳ: ଦାସୁନ ଶାନାକା(କ୍ୟାପଟେନ), ଦନୁଷ୍କା ଗୁଣତିଲକ, ପଥୁମ ନିସଙ୍କା, କୁଶଲ ମେଣ୍ଡିସ, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷେ, ଧନଞ୍ଜୟ ଡି ସିଲଭା, ୱାନେନ୍ଦୁ ହସରଙ୍ଗା, ମହିସ ତିକ୍ଷଣା, ଜେଫରି ବେଡରସେ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତା ଚାମିରା, ଲାହିରୁ କୁମାର, ଦିଲସାନ ମଧୁଶଙ୍କା, ପ୍ରମୋଦ ମଦୁଶନ ।
ଷ୍ଟାଣ୍ଡବାଇ ଖେଳାଳି: ଅଶେନ ବଣ୍ଡାରା, ପ୍ରବୀଣ ଜୟବିକ୍ରମା, ଦିନେଶ ଚଣ୍ଡିମାଲ, ବିନୁରା ଫର୍ନାଣ୍ଡୋ, ନୁବାନିନ୍ଦୁ ଫର୍ନାଣ୍ଡୋ ।
ନେଦରଲାଣ୍ଡ ଦଳ: ସ୍କଟ ଏଡବର୍ଡସ(କ୍ୟାପଟେନ), କଲିନ ଏକେରମେନ, ଟମ କୁପର, ବାସ ଡଲିଡେ, ବ୍ରେଡନ ଗ୍ଲବର, ଫରେଡ କ୍ଲାସେନ, ଷ୍ଟିବନ ମାୟବର୍ଗ, ଏନ ଅନିଲ ତେଜା, ମେକ୍ସ ଓଡାଉଡ, ଟିମ ପ୍ରିଙ୍ଗଲ, ସରିଜ ଅହମ୍ମଦ, ଲୋଗନ ବେନ ବିକ, ଟିମ ବେନ ଡର ଗୁଗଟନ, ରୁଲାଫ ବେନ ଡର ମର୍ବ, ପାଲ ୱେନ ମିକରେନ, ବିକ୍ରମଜିତ ସିଂ ।
ୟୁଏଇ ଦଳ: ଘୋଷଣା ହୋଇନାହିଁ ।
ପ୍ରଥମ ରାଉଣ୍ଡ ଗ୍ରୁପ-ବି (କ୍ୱାଲିଫାଇଙ୍ଗ ରାଉଣ୍ଡ) :
ୱେଷ୍ଟଇଣ୍ଡିଜ ଦଳ: ନିକୋଲାସ ପୂରନ(କ୍ୟାପଟେନ), ରୋବମେନ ପାୱେଲ, ୟାନିକ କରିଆ, ଜନସନ ଚାର୍ଲସ, ଶେଲ୍ଡନ କାର୍ଟେଲ, ସିମରନ ହେତମେୟାର, ଅକିଲ ହୋସେନ, ଅଲ୍ଲଜାରୀ ହୋସେନ, ବ୍ରେଡନ କିଙ୍ଗ, ଇଭିନ ଲୁଇସ, କାଇଲ ମେୟର୍ସ, ଓବେଦ ମେକାୟ, ରେମନ ରେଫର, ଓଡେନ ସ୍ମିଥ ।
ଜିମ୍ବାୱେ ଦଳ: କ୍ରେଗ ଇର୍ବିନ(କ୍ୟାପଟେନ), ରେୟାନ ବର୍ଲ, ରେଜିସ ଚକାବବା, ତେଦଇ ଚତାର, ବ୍ରେଡଲି ଇବାସ, ଲୟୁକ ଗୋଙ୍ଗବେ, କ୍ଲାଇଡ ମଣ୍ଡାଡେ, ବେସ୍ଲି ମଧେବେରେ, ୱଲିଙ୍ଗଟନ ମସାକାଦାଜ, ଟୋନି ମୁନୟୋଗା, ବ୍ଲେସିଙ୍ଗ ଗୁଜରବାନି, ରିଚର୍ଡ ନଗରାବା, ସିକନ୍ଦର ରାଜା, ମିଲ୍ଟନ ସୁମ୍ବା, ସିନ ୱିଲିୟମସନ ।
ରିଜର୍ଭ ଖେଳାଳି: ତନାକା ଚିମ୍ବାଗା, ଇନୋସେଣ୍ଟ କେୟା, କେବିନ କସୁଜା, ତଦିବାନାସେ ମାରୁମନି, ବିକ୍ଟର ନ୍ୟାଓଚି ।
ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡର ଦଳ ଘୋଷଣା ହୋଇନାହିଁ ।
