ଆଜି ୨୧ ଜିଲାକୁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ଚେତାବନୀ, ମଙ୍ଗଳବାର ସୁଦ୍ଧା ଆଉ ଏକ ଲଘୁଚାପ
ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ପୂର୍ବକେନ୍ଦ୍ରୀୟ ପାଶ୍ୱର୍ବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ଉପରିଭାଗରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପବଳୟ ସୃଷ୍ଟି ହେବ। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ହିଁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଆଜି ୨୧ ଜିଲାକୁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ଚେତାବନୀ । ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ତେବେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାରେ ପ୍ରବଳ ବର୍ଷିବ। ଏଥିସହ ଏସବୁ ସହର ବ୍ୟତୀତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାକୁ ନେଇ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଗତ କାଲିର ବିଶ୍ଳେଷଣ ଅନୁଯାୟୀ ଆଜି ପାଇଁ ବିଭିନ୍ନ ଜିଲ୍ଲାଗୁଡିକ ପାଇଁ ଜାରିହୋଇଥିବା ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ଜନିତ ଚେତାବନୀ!! pic.twitter.com/Owm7vAN0nd
— Meteorological Centre, Bhubaneswar (@mcbbsr) September 18, 2022
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଜି ଠାରୁ ରାଜ୍ୟରେ ଆରମ୍ଭ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରଯାଇଛି । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଂଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲା ଗୁଡିକରେ ୭ରୁ ୧୧ ସେଂଟିମିଟର ବର୍ଷା ନେଇ ଆକଳନ କରାଯାଇଛି । ସେହିପରି ଆସନ୍ତା ୨୦ ତାରିଖରେ ୧୭ଟି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୧ ତାରିଖରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି । ସମୁଦ୍ର ଅସାନ୍ତ ରହିଥିବାରୁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
