ପଶ୍ଚିମ ଓଡିଶାରେ ପୁରପଲ୍ଲୀରେ ଆଜି ପୁଅ ଜିଉଁନ୍ତିଆ ଉତ୍ସବ ପାଳିତ
ବଲାଙ୍ଗିର : ଆଜି ଓଡିଶା ର ପଶ୍ଚିମ ଅଞ୍ଚଳରେ ପୁଅ ମାନଙ୍କର ଦୀର୍ଘ ଜୀବନ ଓ ଜିବନରେ ସଫଳତା କାମନା କରି ମା ମାନେ ଦିନ ତମାମ ନିର୍ଜଳା ଉପବାସ ରହି ବ୍ରତ କରିଥାନ୍ତି । ଶ୍ରାବଣ ମାସ ଶନିବାର ପୁଅ ଜୁଉଁତିଆ ପର୍ବ । ପୁଅର ଶୁଭ ମନାସି ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସାରା ବିନିକା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି କ୍ଷ ପୁଅର ମଙ୍ଗଳ ପାଇଁ ମା ମାନେ ନିର୍ଜଳା ଉପବାସରେ ପୂଜାର୍ଚ୍ଚନା କରି ତାର ଦୀର୍ଘ ଜୀବନ ସକାଶେ ହାତରେ ଜୁଉଁତିଆ ବାନ୍ଧି ଆଶିର୍ବାଦ ଦେଇଥାନ୍ତି କ୍ଷସେହିପରି ପୁଅ ଝିଅ ମଧ୍ୟ ନିଜର ମାଁ ଙ୍କୁ ମୁଣ୍ଡିଆ ଓ ହାତ ଯୋଡ଼ି ପ୍ରାର୍ଥନା କରନ୍ତି କ୍ଷ ଏହି ପୂଜା ପାଇଁ ବ୍ୟବହୃତ ବିଭିନ୍ନ ଡିଜାଇନର ଜୁଉଁତିଆ ସହ ୨୧ପ୍ରକାରର ଫଳମୂଳ ଆଜି ପାଇଁ ଗତ ଦୈନନ୍ଦିନ ଦୁଇଦିନ ଧରି ବଜାରରେ କିଣିବାକୁ ନାହିଁ ନଥିବା ଲୋକଙ୍କ ଭିଡ଼ ଲାଗିରହିଥିଲା ଠିକ ସେହିପରି ମାଁ ଓ ପୁଅର ଖୁସି ପାଇଁ ବିଭିନ୍ନ କପଡା ଦୋକାନ ମାନଙ୍କରେ ମଧ୍ୟ ଆକର୍ଷଣୀୟ ପୋଷାକ ଭେଳିକି ଭେଲି ମିଳୁ ଥିବା ଦେଖାଯାଇଛି । ପୁଅ ଓ ଝିଅଙ୍କ ପାଇଁ ଆଶୀର୍ବାଦ ସହିତ ନୂତନ ବସ୍ତ୍ର ପରିଧାନ ପାଇଁ ଦିଆଯାଇଥାଏ । ମା ମାନେ ମଧ୍ଯ ନୂତନ ଶାଢ଼ି ପରିଧାନ କରି ସନ୍ଧ୍ୟାରେ କୋଠି କୁ ଯାଇ ଦେବୀଙ୍କୁ ନିଜ ପୁଅଝିଅ ର ମଙ୍ଗଲ କାମନା କରିଥାନ୍ତି । ଆସନ୍ତା କାଲି ସକଲେ ପୂଜାଧଯା କରି ପୁଅ ଝିଅଙ୍କୁ ଦୁବ ପତ୍ରରେ ପ୍ରସ୍ତୁତ ହୋଇ ଆଜି ପୂଜା ହୋଇଥିବା ଦୁବ ରେ ତାଁକର୍ ମଙ୍ଗଲ କାମନା କରିଥାନ୍ତି ।
