ପୋଖରୀ ନିଲାମ ବନ୍ଦ କରିବା ପାଇଁ ମହିଳାଙ୍କ ଦାବି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଜିଲ୍ଲା ଅନ୍ତର୍ଗତ ବଛରାଇ ପଂଚାୟତରେ ଥରବା ପେଣ୍ଠ ବନ୍ଧକଟା କଚେରୀ ପୋଖରୀ ନିଲାମ ବନ୍ଦ କରିବା ଏବଂ ପୂର୍ବ ନିଲାମ ଧାରୀ ମାରୁତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏକ ବର୍ଷ ଅବଧି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଦେବା ପାଇଁ ଦାବି କରିଛନ୍ତି । ଦାବି ମୁତାବକ ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପଂଚାୟତରୁ ୨୦୧୯-୨୦ ମସିହାରେ ୩ବର୍ଷ ଅବଧି ପାଇଁ ମାଛଚାଷ କରିବାକୁ ନିଲାମ ଆଣିଥିଲେ । ପୋଖରୀରେ ଦଳ ଭର୍ତି ହୋଇଥିଲା, ନିଲାମ ନେବା ପରେ ଏମାନେ ଦଳ ସଫାକରି ମାଛଚାଷ କରିଥିଲେ । ପୋଖରୀ ଶୁଖି ଯିବାରୁ ମାଚ ମରିଯାଇ ଥିଲେ ଯାହାଦ୍ୱାରା ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ଆର୍ଥିକ କ୍ଷତିଗସ୍ତ ହୋଇଛି । ତେଣୁ ୟଙ୍କର ପୁନର୍ବାର ବର୍ଷକ ପାଇଁ ନିଲାମ ଦେବାକୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦକ ଚାଇନା ବେହେରା, ସଭାପତି ନିର୍ମଳା ସ୍ୱାଇଁ, ସସ୍ମିତା ସ୍ୱାଇଁ, ସୁନିତା ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
