ଜଳେଶ୍ୱର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ
ଜଳେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମ ଦିନ ଉପଲକ୍ଷେ ଆଜି ଜଳେଶ୍ୱର ନଗର ବିଜେପି ପକ୍ଷରୁ ଉପସଭାପତି ଦୁର୍ଗାଚରଣ ଭୂୟାଁଙ୍କ ନେତୃତ୍ୱରେ ପୌରପରିଷଦର ୧୫ନଂ ୱାର୍ଡ ନହଞ୍ଜରାର ଗୟାସୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ଉପସଭାପତି ଅରୁଣ କୁମାର ବେଜ, ଓବିସିମୋର୍ଚ୍ଚା ସାଧାରଣ ସଂପାଦକ ଆଦିତ୍ୟନାରାୟଣ ପାତ୍ର, ନଗର ସଂପାଦକ ରବିନ୍ଦ୍ର କୁମାର ପାତ୍ର, କାଉନ୍ସିଲର ଉମା ହେମ୍ବ୍ରମ, ଚନ୍ଦନ କୁମାର ଦାସ, ଶିବ ନାରାୟଣ ମହାପାତ୍ର, ରାଧାକୃଷ୍ଣ ସେନ୍, ଶଂକର ଗିରି, ମାନସ ଦାସ, ଦୀପୁ ପରିଡା, ସୁବଳ ପରିଡା, ଦେବୁ ଜେନା, ସୁଜୟ ରାଉଳ, ତପନ ବ୍ରହ୍ମ, ଜଗନ୍ନାଥ ଗୋଚ୍ଛାୟତ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ
