ସୁନା ବେପାରୀଙ୍କ ନିକଟରୁ ଅଧକେଜି ସୁନା ଲୁଟ୍ ଘଟଣାର ଅନ୍ୟଜଣେ ଗିରଫ
ସୋର : ଗତ ୨୦୨୦ ମସିହା ନଭେମ୍ବର ୪ ତାରିଖ ଅପରାହ୍ଣରେ ୧୬ ନମ୍ବର ଜାତୀୟ ରାଜପଥ ବିଦୁ ପେଟ୍ରୋଲ ପମ୍ପ ଆଗରେ ଜଣେ ସୁନା ବେପାରୀଙ୍କୁ ଆକ୍ରମଣ କରି ଦୁଇଟି କଳା ପଲ୍ସରରେ ଅଧକିଲୋ ଓଜନର ସୁନା ଗହଣା ଲୁଟି ନେଇଥିବା ଘଟଣାରେ ୬ ଜଣଙ୍କ ମ୍ମରୁ ସୋର ପୁଲିସ୍ ପୂର୍ବରୁ ଜଣକୁ ଗିର‘ କରିଥିଲା । ଆଜି ଅନ୍ୟ ଜଣକ୍ୁ ଗିର‘ କରି କୋର୍ଟ ଚାଲାଣ କରିଛି । ପୂର୍ବ ଘଟଣା ଅନୁଯାୟୀ ଆନନ୍ଦପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀ ବାଲେଶ୍ୱରରେ କତେକ ସୁନା ଦୋକାନରେ ସୁନା ଗହଣା ଯୋଗାଇ ଫେରୁଥିବା ବେଳେ ବିଦୁ ନିକଟରେ ୨ଟି ନମ୍ବରବିହୀନ ପଲ୍ସର ବାଇକ୍ରେ ୬ଜଣ ଦୁବୃର୍ତ୍ତ ଆସି ବାଇକକୁ ଧକ୍କା ମାରିଥିଲେ । ସେ ପଡ଼ିଯିବାରୁ ତାଙ୍କୁ ଛୁରି ଦେଖାଇ ମାଡ଼ମାରି ତାଙ୍କ ନିକଟରେ ଥିବା ୫୦୦ଗ୍ରାମର ସୁନା ବ୍ୟାଗ୍କୁ ଛଡ଼ାଇ ନେଇ ସୋର ଆଡ଼କୁ ପଳାଇ ଆସିଥିଲେ । ଅଭିଯୋଗ ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩୭୦/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ କିଛିଦିନ ପୂର୍ବରୁ ଏହି ଘଟଣାରେ ପପୁ ବିଶ୍ୱାଳ ନାମକୁ ଜଣେ ଅଭିଯୁକ୍ତକୁ ଗିର‘ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରେମୁଣା ଥାନା ଅଠାନ୍ତର ଗ୍ରାମର ବିଶ୍ୱନାଥ ଦାସଙ୍କ ପୁଅ ପ୍ରତାପ ଦାସ(୨୧)କୁ ଗିର‘ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।
