୨୬ରୁ ବାରବାଟିରେ ଲିଜେଣ୍ଟ ଲିଗ୍ କ୍ରିକେଟ ଟି-୨୦
କଟକ : ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆସନ୍ତା ୨୬ ତାରିଖରୁ ସ୍ଥାନୀୟ ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ଲିଜେଣ୍ଟ ଲିଗ୍ ଟି-୨୦ କ୍ରିକେଟ ମ୍ୟାଚ ପାଇଁ ଏକ ପ୍ରସ୍ତୁତି ବୈଠକ ଓସିଏର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ଏଥିରେ ଅଧ୍ୟକ୍ଷତା କରି ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ସୁପରିଚାଳନା, ଭିିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓସିଏ ସଂପାଦକ ସଂଜୟ ବେହେରା ଖେଳଟିର ସଫଳତା ପାଇଁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ତେବେ ୨୬, ୨୭ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ୨୩ରୁ ଅଫଲାଇନରେ ୩୪ ହଜାର ଟିକେଟ୍ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିବା କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଓସିଏ ସଭାପତିଙ୍କ ସମେତ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ମେୟର ସୁବାସ ସିଂହ ଓ ଲିଜେଣ୍ଟ କ୍ରିକେଟ ଲିଗ ସିଇଓ ଉପସ୍ଥିତ ଥିଲେ ।
