ଝାରସୁଗୁଡା ଜିଲ୍ଳା ଜୁନିୟର (ଅଣ୍ଡର୧୬) ହକି ଦଳର ଆନ୍ତଃ ଜିଲ୍ଳା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବେନେଶ୍ୱର ଯାତ୍ରା
ଝାରସୁଗୁଡ଼ା : ହକି ଆସୋସିଏସନ ଅଫ୍ ଓଡିଶା ତରଫରୁ ଆରମ୍ଭ ହେଉ ଥିବା (ଅଣ୍ଡର ୧୭) ଆନ୍ତଃ ଜିଲ୍ଳା ହକି ପ୍ରତିଯୋଗିତା ରେ ଅଂଶ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଳା ହକି ଟିମ୍ ଯାତ୍ରା କରୁଛନ୍ତି । ଏହି ଟିମ ଆସନ୍ତା ୧୯ ତାରିଖ ରେ ଭଦ୍ରକ ଜିଲ୍ଳା ସହିତ ପ୍ରଥମ ମ୍ୟାଚ ଖେଳିବ । ଝାରସୁଗୁଡ଼ା ହକି ଦଳରେ ଦଳପତି ଭାବରେ ଲବାନ ର୍କ୍ରେକେଟା ରହି ଥିବା ବେଳେ ଏହି ଦଳର ଉପ-ଦଳପତି ଭାବରେ ଅରୁଣ ଖଡିଆ ଦଳର ମ୍ୟାନେଜର ଭାବରେ ଅମିୟ ଷଣ୍ଡ ଓ କୋଚ ଭାବରେ ବିମଳ ତାଣ୍ଡି ଯାତ୍ରା କରିଛନ୍ତି । ଆଜି ଅପରାହ୍ନ ରେ ହକି ଆସୋସିଏସନ ଅଫ୍ ଓଡିଶା ର ଉପ-ସଭାପତି ଜୀବନ ମହାନ୍ତି, ଝାରସୁଗୁଡ଼ା ହକି ଆସୋସିଏସନ ତରଫରୁ ପୁଷ୍ପଗଛ ପ୍ରଦାନ କରି ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ଥିଲେ । ଜିଲ୍ଳା କ୍ରୀଡା ଅଧିକାରୀ ସୁଶିଳ କୁମାର ମିଶ୍ର , ଝାରସୁଗୁଡ଼ା ଜିଲ୍ଳା ହକି ଆସୋସିଏନ ର ପ୍ରଜ୍ଜଲ କୁମାର ପଟେଲ, ବିଜୟ କୁମାର ବେହେରା , ଜିଲ୍ଳା ହକି କୋଚ , ରୀନାରଶ୍ମି ତ୍ରିକୀ ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ବିଦାୟ ଦେଇ ଥିଲେ ।
