ଶ୍ରୀମନ୍ଦିର ଚାରିପେଟ ଫ୍ଲେବର ଇଟା ପଡ଼ିଲା ଉଠିଲା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଯଥା ଖର୍ଚ୍ଚ କେଉଁ ଅଧିକାରୀଙ୍କ ପାଣ୍ଠିରୁ ଭରଣା ହେବ ?
ପୁରୀ : ଗତ କିଛି ମାସ ପୂର୍ବେ ଶ୍ରୀମନ୍ଦିର ଚାରିପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଠ,ଘର,ଲଜିଂ ଭଙ୍ଗା ଯିବା ପରେ ସେଠାରେ ଫ୍ଲେବର ଇଟା ପକା ଯାଇଥିଲା । ଏବେ ସେହି ଇଟା ଗୁଡ଼ିକୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରୁ କଢାଯାଇ ଗଦା ହୋଇଛି । ଏହି ଇଟା ସବୁ ଭଙ୍ଗା ଇଟାରେ ଯିବ କି ଅଧା ରେଟରେ ବିକ୍ରି ହେବ ତାକୁ ନେଇ ସର୍ବସାଧରଣ ଚିନ୍ତା ବ୍ୟକ୍ତ କରିଛନ୍ତି । ଖଣ୍ଡିଏ ଇଟାକୁ ୨୨ଟଙ୍କାରୁ ଅଧିକ ପଡ଼ୁଥିବା ବେଳେ ଏବେ ଭଙ୍ଗା ଇଟାକୁ କେଉଁ ଦରରେ ବିକ୍ରି ହେବ ତାକୁ ନେଇ ଆଲୋଚନା ଜୋର ଧରିଛି । ସରକାରକା ମାଲ ଦରିଆ ମେଁ ଡ଼ାଲ ନ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ବାରମ୍ବାର ଖର୍ଚ୍ଚ କରାଯାଇ ପଡ଼ୁଛି ଓ ଉଠୁଛି । ଏହି ଇଟା କୌଣସି ବ୍ୟକ୍ତିଗତ ଲୋକଙ୍କର ନୁହେଁ । ସର୍ବସାଧାରଣଙ୍କ ସୁବିଧା ପାଇଁ ଏହି ଇଟା ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରି ପକାଇଥିଲେ । ସାଧାରଣ ଲୋକଙ୍କ ଟିକସରେ ସରକାର ଏହି ଇଟା କଣି ପରିକ୍ରମା ମାର୍ଗ ଚାରିପଟେ ପକାଇଥିଲେ । ଜଣେ ଠିକାଦାର ରାସ୍ତା କାମ କଲେ ୫ ବର୍ଷର ଗ୍ୟାରେଂଟି ଦେଉଛି । ଯାହ ନଷ୍ଟ ହେବ ସେ ମରାମତି କରିବ । ଏହି ଠାରେ ଯେଉଁ ଟଙ୍କା ଖର୍ଚ୍ଚ ହେଲା ଓ କ୍ଷତି ହେଲା ସେହି ଟଙ୍କା କେଉଁ ଅଧିକାରୀଙ୍କ ଦରମାରୁ କଟା ଯିବ ତାକୁ ନେଇ ମନ୍ଦିର ଚାରିପଟେ ଆଲୋଚନା ହେଉଛି ।
