ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଶ୍ରୀଜୀଉ ଦର୍ଶନ
ପୁରୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଛିବା ସହ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଜଷ୍ଟିସ୍ଙ୍କ ତାଙ୍କ ସହ ଧର୍ମପତ୍ନୀ ଅମିତା ଉଦୟ ଲଳିତ ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ବିଚାରପତିଙ୍କୁ ଜେଡ଼ ପ୍ଲସ୍ ସୁରକ୍ଷା ବଳ ମଧ୍ୟରେ ପୁରୀ ଆସିବା ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ତାଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସାନର ଅଧିକାରୀମାନେ ସାମିଲ ହୋଇଥିଲେ ।
