ଶିକ୍ଷା ହେଉଛି ସଭ୍ୟତାର ଜ୍ୟୋତି ଶିକ୍ଷାହେଉଛି ଜ୍ଞାନର ଆଲୋକ : ଜିଲ୍ଳାପାଳ ସରୋଜ କୁମାର ସାମଲ
ଝାରସୁଗୁଡା : ସ୍ଥାନୀୟ ଏଚ୍ କଟାପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରସୁଗୁଡ଼ାଠାରେ ଦୁଇ ଦିନ ଧରି ଜୋନ୍ ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଆଜି ଅପରାହ୍ନରେ ଉଦ୍ଯାପନୀ ଦିବସରେ ଜିଲ୍ଳାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର, ଛାତୀ ଓ ଅଭିଭାବକ ମାନଙ୍କୁ କହିଲେ ଯେ ଶିକ୍ଷା ହେଉଛି ସଭ୍ୟତାର ଜ୍ୟୋତି ଶିକ୍ଷା ହେଉଛି ଜ୍ଞାନ ର ଆଲୋକ । ଶିକ୍ଷା ବିନା ଆଧୁନିକ ମନୁଷ୍ୟ ତାର ପୁରୁଣା ସଂକୃତିକୁ ସାଙ୍ଗ ରେ ଧରି ଉନ୍ନତିର ପଥରେ ମୋଟେ ଆଗେଇ ଯାଇ ପାରିବ ନାହିଁ । ଆଜିର ଯୁଗରେ ମଣିଷ ଯେଉଁଠି ଯେଉଁ ଅବସ୍ଥାରେ ଥାଉନା କାହଁକି ତାକୁ ଶିକ୍ଷା ସଙ୍ଗେ ସାମିଲ ହେବାକୁ ପଡିବ । ଉର୍ତମ ଶିକ୍ଷା ବ୍ୟବସ୍ଥା ହିଁ ହେଉଛି ସେ ଦେଶର ଜାତୀୟ ଜୀବନର ନିୟାମକ । ଶିକ୍ଷା ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହେଲେ ଓ ଶିକ୍ଷାର କୌଣସି ବ୍ୟାବହାରିକ ମୂଲ୍ୟ ନ ରହିଲେ ଉର୍ତମ ନାଗରିକ ଗଠନ କରିବାର ସ୍ୱପ୍ନ ବିଡମ୍ବିତ ହେବ । ଉଦ୍ଯାପନୀ ଦିବସରେ ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଧେଶକ ସମ୍ବଲପୁର ର ବିକାଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକାଶ କରି ଥିଲେ ଯେ ବର୍ତମାନ ଶିକ୍ଷାର ବର୍ଗୀକରଣ କରା ଯାଇ ତଦନୁ ଯାଇ ଭିନ୍ନ ଭିନ୍ନ ଶ୍ରେଣୀର ଶିକ୍ଷା ଅନୁଷ୍ଠାନ ସ୍ଥାପନ କରା ଯାଉଛି । ପ୍ରାଥମିକ ଶିକ୍ଷା, ମ଼ାଧ୍ୟମିକ ଶିକ୍ଷା, ଉଚ୍ଚଶିକ୍ଷା, ଏହି ଭଳି ନାନା ବର୍ଗ ବିଭକ୍ତ ପିଲା ମାନଙ୍କର ଶିକ୍ଷା ଶେଷ ହେବା ପରେ ବିଭିନ୍ନ ଦିଗରେ ଶିକ୍ଷା ଲାଭ ପାଇଁ ବିଭିନ୍ନ ବ୍ୟବସ୍ଥା କରା ଯାଇଛି । ୟ୍ୟୁଟୁବ ମାଧ୍ୟମରେ ପିଲା ମାନେ ଅବଗତ କରାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏହି ସ୍କୁଲ ଆରମ୍ଭ ସମୟରେ ସେ ଏହି ଜିଲ୍ଳାରେ ଅବସ୍ଥାପିତ ଥିଲେ । ଆଜି ପୂର୍ଣାଙ୍ଗ ସ୍କୁଲ ଦେଖି ଆନନ୍ଦ ଲାଭ କରୁଛନ୍ତି । ଜିଲ୍ଳା ଶିକ୍ଷା ଅଧିକାରୀ ପୁଷ୍ପା ମିଞ ଜିଲ୍ଳାପାଳ ବହୁ ମୂଲ୍ୟ ସମୟ ଦେଇ ଯୋଗ ଦେଇ ଥିବାରୁ ଧନ୍ୟବାଦ ଦେଇ ଥିଲେ । ପ୍ରୋକ୍ତ ଉତ୍ସବରେ ପାଂଚୋଟି ଜିଲ୍ଲା ବରଗଡ, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ବିଭିନ୍ନ ଆଦାର୍ଶ ବିଦ୍ୟାଳୟରୁ ବାଳକ ୪୫ ଜଣ, ବାଳିକା ୧୩୪ ଜଣ, ଗାଇଡ଼ ଟିଚର ୩୫ ଜଣ ଓ ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରି ଥିଲେ । ଉତ୍ସବରେ ୧୧ ଗୋଟି ବିଭାଗରେ ବକ୍ତୃତା, ଚିତ୍ରାଙ୍କନ, ସଂଗୀତ, ପ୍ରବନ୍ଧଲିଖନ, ସାଧାରଣ ଜ୍ଞାନ ଓ ତର୍କ ପ୍ରତିଯୋଗୀତା ରେ ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ବାରିକ ସ୍କୁଲ ବିବରଣୀ ଦେବା ସହ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବିନାଶ ଚନ୍ଦ୍ର ପାଣିଗ୍ରାହୀ ଓ କ୍ରୀଷ୍ଣା ସୁନା ମଂଚ ପରିଚାଳନା କରିଥିଲେ । ଶେଷରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂକୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇ ଥିଲା । ଶେଷରେ ଗୁଲସନ କୁମାର ସାହୁ ଧନ୍ୟବାଦ ଦେଇ ଥିଲେ । ଆସନ୍ତା କାଲି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମାନ୍ୟବର ମନ୍ତ୍ରୀ ନବ କିଶୋର ଦାସ, , ସମ୍ମାନୀତ ଅତିଥି ଚିତ୍ରାନୀ ପଟେଲ, ପଂଚାୟତ ସମିତି, ଝାରସୁଗଡ଼ା ରାନୀ ହାତୀ, ଅଧ୍ୟକ୍ଷା ମ୍ୟୁନିସିପାଲିଟି ଝାରସୁଗୁଡା, ତୁଳାବତୀ ମିଞ୍ଜ, ଅଧ୍ୟକ୍ଷ , ଜିଲ୍ଲା ପରିଷଦ, ଝାରସୁୁଗୁଡ଼ା ଯୋଗ ଦେଇ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ଗିରିଧାରୀ ପଟେଲ, ସଚିନ୍ଦ୍ର କୁମାର ପଟେଲ, ଜୟ ଶଙ୍କର ନାଗ, ପ୍ରମୋଦ ଚନ୍ଦ୍ର ପାଢ଼ୀ , ସାରିକା ତ୍ରିପାଠୀ, କ୍ରୀଷ୍ଣା ପଧାନ, ନିର୍ମଳ ଚାନ୍ଦ, ସୁଶାନ୍ତ କୁମାର ପଣ୍ଡା ବିଚାରକ ଭାବେ କାର୍ଯ୍ୟ ତୁଳାଇଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ସା ଓ ସୁଶାନ୍ତ କୁମାର ଘୁଟା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ ବିଭିନ୍ନ କାର୍ଯ୍ୟ ତଦାରକ ଦାୟିତ୍ୱ ନିର୍ବାହ କରିଥିଲେ । ଗୁଲସନ୍ କୁମାର ସାହୁ, ବଂଶୀଧର ପସାୟତ, ପଦ୍ମନାଭ ନାଏକ, ସୁଶାନ୍ତ ବେହେରା, ଜ୍ୟୋତି ଭୋଇ, ଚିନ୍ୱୟୀ ବାଗ, ଅନୁପ ରାଉତ, ସମେତ ଜିଲ୍ଳା ଶିକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଦର୍ଶ ବିଦ୍ୟାଳୟର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତାଗଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ନିଗମାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
