ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଝାରସୁଗୁଡ଼ା ସରବାହଲ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରାଣହାନି ହୋଇଥିବା ବିଷୟରେ ଜାଣି ଦୁଃଖିତ ହେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଯେ, ଶୁକ୍ରବାର ଦିନ ଯାକର ଶ୍ରମ ସାରି ଘରକୁ ବାହୁଡୁଥିଲେ ଶ୍ରମିକ । ଅପେକ୍ଷାରେ ଥିଲେ ସ୍ତ୍ରୀ, ପିଲା ଓ ପରିବାର । ହେଲେ ଫେରିବା ବାଟରେ ମୃତ୍ୟୁ ଲେଖିଲା ଅଫେରା କାହାଣୀ । କାମ ସାରି ଘରକୁ ଫେରିବା ହେଲା ଶେଷ ଯାତ୍ରା । ଝାରସୁଗୁଡ଼ା ସରବାହଲ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାଇଛି ୮ ଜଣଙ୍କ ଜୀବନ । ୧୮ ଜଣରୁ ଅଧିକ ଆହତ ହୋଇଥିବା ବେଳେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବ୍ରଜପାଳ ସିଂ, ପଙ୍କଜ ଝା, ରାଜେନ୍ଦ୍ର ତିବାରୀ, ଶେର ବାହାଦୂର ଓ ବିକାଶ କୁମାର । ଗତକାଲି ସଂଧ୍ୟାରେ ସମୟରେ ଠେଲକୋଲୋଇ ସ୍ଥିତ ଭୂଷଣ ପ୍ଲାଣ୍ଟରୁ ୬୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ସରବାହଲ ବାଇପାସ୍ ନିକଟରେ ବସକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ହାଇଓ୍ବା ।
