ଆଜି ଠାରୁ ପ୍ରଧାନମନ୍ତ୍ରୀଙ୍କୁ ମିଲିଥବା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି, ଯାହା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ମଧ୍ୟ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା । ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ଆମର ୧୩୪୮ ସାମଗ୍ରୀ ଥିଲା । ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି । ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ଏହି ଉପହାରଗୁଡିକର ପ୍ରଦର୍ଶନ କରାଯାଇଛି । ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ ।
ଅଧିକ ବିବରଣୀ ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିଲାମରେ ଉପହାରଗୁଡିକ ମଧ୍ୟରେ ସୂକ୍ଷ୍ମ ଚିତ୍ର, ମୂର୍ତ୍ତି, ହସ୍ତତନ୍ତ ଏବଂ ଲୋକକଳା ଅନ୍ତର୍ଭୁକ୍ତ । ଏଥିମଧ୍ୟରୁ ଅନେକ ସାମଗ୍ରୀ ପାରମ୍ପାରିକ ଭାବରେ ଉପହାର ଭାବରେ ପ୍ରଦାନ କରାଯାଇଥାଏ, ଯେପରିକି ପାରମ୍ପାରିକ ଅଙ୍ଗବସ୍ତ୍ର, ଶାଲ, ପଗଡି, ଆନୁଷ୍ଠାନିକ ଖଣ୍ଡା । ଅନ୍ୟାନ୍ୟ ସ୍ମରଣୀୟ ସାମଗ୍ରୀ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଏବଂ ବାରାଣାସୀର କାଶୀ-ବିଶ୍ୱନାଥ ମନ୍ଦିରର ପ୍ରତିକୃତି ଏବଂ ମଡେଲ ଅନ୍ତର୍ଭୁକ୍ତ । ଆମର କ୍ରୀଡା ସ୍ମରଣୀୟ ସାମଗ୍ରୀର ଏକ ରୋମାଞ୍ଚକର ବିଭାଗ ମଧ୍ୟ ଅଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜଗୋଷ୍ଠି କ୍ରୀଡା ୨୦୨୨, ଡିଫ୍ ଅଲିମ୍ପିକ୍ସ ୨୦୨୨ ଏବଂ ଥୋମାସ କପ ଚାମ୍ପିଅନସିପ ୨୦୨୨ ରେ ଦଳର ଭାରତର ଚମତ୍କାର ପ୍ରଦର୍ଶନ ଆମକୁ ଇତିହାସରେ ସ୍ଥାନ ଏବଂ ପଦକ ଜିତାଇଛି । ନିଲାମରେ ଦଳ ଏବଂ କ୍ରୀଡା ଇଭେଣ୍ଟଣ୍ଟଗୁଡିକର ବିଜେତାମାନଙ୍କ ଦ୍ୱାରା ଉପସ୍ଥାପିତ ସ୍ମରଣୀୟ ସାମଗ୍ରୀ ରହିଛି । ନିଲାମର ଏହି ସଂସ୍କରଣରେ ୨୫ ଟି ନୂତନ କ୍ରୀଡା ସାମଗ୍ରୀ ଅଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଶ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ଗତ ନିଲାମରେ ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରର ନିଲାମରେ ଭାଗ ନେବାକୁ ମନ୍ତ୍ରୀ ମଧ୍ୟ ଚଳିତ ବର୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି । ଋାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସ୍ମରଣୀୟ ଉପହାର ଉପରେ ଆଲୋକପାତ କରିବା ସହିତ ନମାମୀ ଗଙ୍ଗେ ପାଇଁ ଇ-ନିଲାମ କିପରି ଏକ ଅଭୂତପୂର୍ବ ସହଯୋଗ ପ୍ରଦାନ କରିବ ତାହା ଦର୍ଶାଇଥିଲେ ।
ଏହି ପରିଦର୍ଶନକୁ ଆହୁରି ଉପଭୋଗ୍ୟ କରିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଗାଇଡ୍ ଟୁର୍ ଏବଂ ଶ୍ରବଣ ବାଧିତଙ୍କ ପାଇଁ ସାଙ୍କେତିକ ଭାଷାରେ ଗାଇଡ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲିରେ କାଟାଲଗ୍ ମଧ୍ୟ ଉପଲବ୍ଧ ହେବ । ପ୍ରଦର୍ଶନୀ ସ୍ଥଳ ୧୭ ସେପ୍େଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଏହା ସମସ୍ତଙ୍କ ପାଇଁ ମାଗଣା । ନିଲାମ ମାଧ୍ୟମରେ ସଂଗୃହୀତ ପାଣ୍ଠି ଏକ ଉତ୍ତମ କାର୍ଯ୍ୟ, ନମାମୀ ଗଙ୍ଗେ କାର୍ଯ୍ୟକ୍ରମ, ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଯାହା ଆମ ଜାତୀୟ ନଦୀ ଗଙ୍ଗାକୁ ସଂରକ୍ଷଣ ତଥା ନବୀକରଣ କରିବାକୁ ଚେଷ୍ଟା କରିବ ।
