ଶିଳ୍ପୀ କବି ଅଶୋକ ମହାନ୍ତି ବିୟୋଗରେ ଶୋକ
ସୋର : ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କବି ଅଶୋକ କୁମାର ମହାନ୍ତିଙ୍କର ଅକାଳ ବିୟୋଗରେ ସୋର ଗାଁ ମଜଲିସ ସାହିତ୍ୟ ସଂସଦ ତର‘ରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଚେମେଇ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି । ଏହି ଶୋକ ସଭାରେ ଅନାଦି ଚରଣ ଜେନା, ନବ କିଶୋର ଦାସ, ରବୀନ୍ଦ୍ର କୁମାର ଦାସ, ରାଜବଲ୍ଲଭ ସାହୁ, ଚନ୍ଦମୋହନ ମହାପାତ୍ର, ଗୋଲକ ପାତ୍ର୍ର, ଅବଦୁଲ ଉଦୁଦ ଖାନ, ମହେଶ୍ୱର ପଣ୍ଡା, ପରମାନନ୍ଦ ତ୍ରିପାଠୀ, ଜିତେନ୍ଦ୍ର କୁମାର ବେହେରା, ଅଶୋକ କୁମାର ମହାନ୍ତି ଉପସ୍ଥିତ ଥିବା ବେଳେ ସଂସଦର ସଭାପତି ଡ.ରମାକାନ୍ତ ବେହେରା, ରଜନୀକାନ୍ତ ମହାନ୍ତି, ଡ.ବନମାଳୀ ବେହେରା, ଡ.ରବୀନ୍ଦ୍ର ବିହାରୀ, ଶଶି କୁମାର ସାହୁ, କ୍ରିଷ୍ଣା ପ୍ରଧାନ, ଅନିରୁଦ୍ଧ ରାଉତ, ଯାଯାବର, ଲମ୍ବୋଦର ନନ୍ଦ, ଖଗେନ୍ଦ୍ର ନାଥ ମହାନ୍ତି, ସୁରଂଜନ ପାତ୍ର, ରାମଚନ୍ଦ୍ର ପୃଷ୍ଟି, ଦୁର୍ଯ୍ୟୋଧନ ମଲ୍ଲିକ, ନାରାୟଣ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ଜେନା, ନିତ୍ୟାନନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ବାରିକ, ଗୀତା ପୁରୀ,ଗୀତାରାଣୀ ରାଉତ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକବାର୍ତ୍ତା ପ୍ରେରଣ କରିଛନ୍ତି ।
