ହାଇଡ୍ରା ( ଭାରୀଯାନ ) ଧକ୍କାରେ କଲେଜ ଛାତ୍ରୀ ମୃତ , ଏ ରାସ୍ତାରେ ବାରମ୍ବାର ମର୍ମନ୍ତୁଦ ଦୁର୍ଘଟଣା । ସରକାର , ପ୍ରଶାସନିକ ନିଦାବିଷ୍ଣୁ ।
ଝାରସୁଗୁଡା : ୧୬ ଅଗଷ୍ଟ ୨୦୨୨ ମସିହା ଶୁକ୍ରବାର ଦିନ ସକାଳ ସମୟ ୯ . ୩୦ ଝାରସୁଗୁଡା ଜିଲ୍ଲା ବ୍ଳାକଡାଇମଣ୍ଡ ଇଞ୍ଜିନିୟରିଂ ସ୍କୁଳ ନିକଟସ୍ଥ ଛତ୍ରିଆକଣ୍ଟା ଜମିଦାରପଡା ରାସ୍ତାରେ ଅର୍ଡା କଲେଜର ଜଣେ ଛାତ୍ରୀ ଲିଜା ଧୁରୁଆ ( ୧୭) (ପି.ଶନିଶ୍ଚର ଧୁରୁଆ ) ନିଜ ସାଇକେଲରେ ଚଢି ପାଠପଢି ଯାଉଥିବା ବେଳେ ମହାଦେବ କ୍ରେନ ଟ୍ରାନ୍ସପୋର୍ଟର ଏକ ହାଇଡ୍ରା ଭାରୀଯାନ ଓଡି ୨୩ ଇ ୩୪୭୦ ପଛପଟୁ ଯୋରରେ ଧକ୍କା ଦେବାରୁ ଘଟଣା ସ୍ଥଳେ ଛାତ୍ରୀଙ୍କ ପ୍ରାଣବାୟୁ ଉଡିଗଲା । ସାଇକେଲ , ଚଷମା ଟି ଚୁରମାର ହୋଇଯାଇଥିଲା ବେଳେ ଛାତ୍ରୀ ରକ୍ତ ଉବୁଡୁବୁ ଅବସ୍ଥାରେ ପଡି ରହିଥିଲେ , ସ୍ଥାନୀୟ ଲୋକ ଛାତ୍ରୀଟିକୁ ଦେଖିବା କ୍ଷଣି ତତ୍କ୍ଷଣାତ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ , କିନ୍ତୁ ସେଠାରୁ କିଛି ସୁଖବର ନ ମିଳିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକେ ରାଜୂରାସ୍ତାକୁ ଓହ୍ଳାଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ଖବର ପାଇ ଝାରସୁଗୁଡା ତହସିଲଦାର ବସନ୍ତ ହାତୀ ସହ ଏସଡିପିଓ ନିର୍ମଳ ମହାପାତ୍ର ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ବୁଝାସୁଝା କରିଥିଲେ । ଅଞ୍ଚଳର ଆବାଳବୃଦ୍ଧବନିତା ସମସ୍ତେ ଦୀର୍ଘ ସମୟ ଧରି ଶାନ୍ତ ରହି ଶେଷରେ ରାସ୍ତା ମରାମତି ଶେଷ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଳୁ ରଖିବା ସହ ସମସ୍ତ ଭାରୀଯାନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତି ଦେଇଥିଲେ । ଏହା ସହିତ ଛାତ୍ରୀଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ଆର୍ଥିକ ସାହାଯ୍ୟ ପାଇଁ ଦାବି କରିଥିଲେ । ନଚେତ ଆସନ୍ତା ଦିନରେ ଆନ୍ଦୋଳନ ତୀବ୍ର କରିବା ସହ କୌଣସି ଅଘଟଣ ପ୍ରତି ପ୍ରଶାସନିକ ଦାୟୀ ହେବେ ବୋଳି ଚେତାବନୀ ଦେଇଥିଲେ
