ପାମ୍ପଡ଼ ବଡ଼ି ତାଲିମ ଶିବିର
ପୁରୀ : ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ନାଗପାଟଣା ସ୍ଥିତ ଟ୍ରେନିଂ ସେଂଟରରେ ଅନୁଷ୍ଠିତ ହୋଇଯାଇଛି । ୧୦ ଦିନିଆ ଏହି ଶିବିରରେ ପାମ୍ଫଡ଼ ଆଚାର ଓ ବଡ଼ି ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଇଥିଲା । ବ୍ୟାଙ୍କର ଆର୍ଥିକ ସ୍ୱାକ୍ଷରତା ଅଧିକାରୀ ନିଳାମ୍ବର ମହନ୍ତ ଉଦଘାଟନ କରିଥିଲେ । ଉଦଯାପନୀ ଦିବସରେ ଶ୍ରୀମହନ୍ତଙ୍କ ସମେତ ଏଫଆଇସି ଅଧିକାରୀ ମକର କେତନ ପାତ୍ର ଯେ।।ଗଦେଇ ପ୍ରଶିକ୍ଷାର୍ଥିନୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆରଏସଟି ନିର୍ଦ୍ଦେଶକ ବିଷ୍ଣୁଚରଣ ଦଳାଇ, ପ୍ରଶିକ୍ଷିକା ପ୍ରତିଭା ସାହୁ, ରୁନୁବାଳା ସାହୁ, ସ୍ୱାଗତିକା ମହାପାତ୍ର,ପ୍ରଭାତ ଆଚାର୍ଯ୍ୟ ,ସୁକାନ୍ତ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
