ବସଯାତ୍ରୀ ସଚେତନତା ଶୋଭାଯାତ୍ରା
ପୁରୀ : ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ବସଯାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ଏକ ମଟର ସାଇକେଲ ଶୋଭଯାତ୍ରା କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ଆଞ୍ଛଳିକ ପରିବହନ ଅଧିକାରୀ ଏହି ଯାତ୍ରାର ଆୟୋଜନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସବୁଜ ପତାକା ହଲାଇ ମଟର ସାଇକେଲ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ବସଯାତ୍ରୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦାୟ ନକରିବା ସମ୍ପର୍କରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ପୁରୀସଦର ବିଡ଼ିଓ ସମ୍ବିତ ଶତପଥୀ ଓ ଆଟାର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।
