ପ୍ରଶାସନ ଶୁଣିଲାନି, ସମାଜସେବୀଙ୍କ ସହାୟତାରେ ଆହତ ଷଣ୍ଢର ଚିକିତ୍ସାକଲେ ଗ୍ରାମାବସୀ
ଯାଜପୁର : ଯାଜପୁରଟାଉନ -ସିଂହପୁର ରାଜ୍ୟ ସଡ଼କପଥ ଅନ୍ତର୍ଗତ ବାଲିପଦା ଛକ ଠାରୁ ଚିତାଳୋ ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୋଟିଏ ଷଣ୍ଢ ଦୁର୍ଘଟଣାର ଶିକାର ହୋଇ ଆଜକୁ ଏକ ମାସହେବ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ବାସିନ୍ଦା ଏହି ଆହତଷଣ୍ଢଟିର ଚିକିତ୍ସା ପାଇଁ ଦଶରଥପୁର ବ୍ଲକ ପଶୁଚିକିତ୍ସାଳୟ ସମେତ ଯାଜପୁର ସହରସ୍ଥିତ ଜିଲ୍ଲା ପଶୁଚିକିତ୍ସାଳୟ ଅଧିକାରୀଙ୍କୁ ଏକାଧିକବାର ଅବଗତ କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ଜାରିହୋଇଥିବା ପାଶୁସହାୟକ ନମ୍ବର ୧୯୬୨କୁ ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ଷଣ୍ଢରଚିକିତ୍ସା ପାଇଁ ପଶୁଚିକିତ୍ସାଳୟ ପକ୍ଷରୁ ଆହତଷଣ୍ଢଟିର ଚିକିତ୍ସା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନଥିଲା ।ସ୍ୱାଭାବିକଭାବେ ଖିଆ ପିଆକରୁ ନଥିବାରୁ ଆହତଷଣ୍ଢଟି ଦିନକୁ ଦିନ ଦୁର୍ବଳହେବା ସମ୍ପର୍କରେ ଖଣ୍ଡରା ଅଞ୍ଚଳର ଜଣେ କଲେଜ ଛାତ୍ର ନିଜର ଫେସ୍ବୁକ୍ ସାମାଜିକ ଗଣମାଧ୍ୟମରେ ଷଣ୍ଢର ଚିକିତ୍ସା ପାଇଁ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ଜାଣିବାପରେ ସମାଜସେବୀ ମଟୁ ଦାସ ଜଣେ ପଶୁ ଚିକିତ୍ସକଙ୍କୁସାଙ୍ଗରେ ଧରିବୁଧବାର ଷଣ୍ଢ ରହୁଥିବାବାଲିପଦା ଗ୍ରାମରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ଷଣ୍ଢଟିର ପ୍ରାଥମିକ ଚିକିତ୍ସା କରିଥିଲେ । ଏଥିରେ ସ୍ଥାନୀୟ ପାଶୁପ୍ରେମୀ ତଥା ସାମ୍ବାଦିକ ମାନସ କୁମାର ଜେନାଙ୍କ ସମେତ ବହୁସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଆହତ ଷଣ୍ଢର ଚିକିତ୍ସାରେ ସହଯୋଗ କରିଥିଲେ । ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ଷଣ୍ଢଟି ଗୁରୁତ୍ୱର ଭାବେ ଆହତ ହୋଇଥିବାରୁ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଉନ୍ନତ ଚିକିତ୍ସା ଆବଶ୍ୟକ ଥିବାରୁ ଏ ସମ୍ପର୍କରେ ସମ୍ପୃକ୍ତ କଲେଜ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ ମାଧ୍ୟମରେ ନିବେଦନ କରିଥିବା ଜଣାଯାଇଛି ।
