ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଫ୍ର୍ରାନ୍ସର ବୈଦେଶିକ ମନ୍ତ୍ରୀ କୋଲୋନା
ନୂଆଦିଲ୍ଲୀ : ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କେଥରିନ୍ କୋଲୋନା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ଭିତରେ ଉଭୟଙ୍କ ସ୍ୱାର୍ଥ ବିଷୟରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁସାରେ ପ୍ରାନ୍ସର ବୈଦେଶିକ ମନ୍ତ୍ରୀ କେଥରିନ୍ କୋଲୋନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଇମେନୁଏଲ୍ଙ୍କ ସହ ବନ୍ଧୁତା ଏବଂ ସହଯୋଗ ର ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସ୍ରେ ରାଷ୍ଟ୍ରପତି ମୈକ୍ରୋ ଏବଂ ଜର୍ମାନୀର ସ୍ଲାସ୍ ଏଲମାଉଙ୍କ ସହିତ ତାଙ୍କର ବୈଠକକୁ ମନେପକାଇଛନ୍ତି ଓ ଭାରତରେ ରାଷ୍ଟପତିଙ୍କ ଯାଥାଶିଘ୍ର ସ୍ୱାଗତ କରିବାକୁ ତାଙ୍କର ଇଛା ବ୍ୟକ୍ତ କରିଥିଲେ ।
