ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବାଲେଶ୍ଵର ଶାଖା ଅଫିସ ରେ ଦାବୀ ପତ୍ର ପ୍ରଦାନ।
ବାଲେଶ୍ବର : ବୁଧବାର, ଏ ଆଇ ଡି ଏସ ଓ ଓଡ଼ିଶା ରାଜ୍ୟ କମିଟି ଆହ୍ବାନ କ୍ରମେ ଦଶମ ଶ୍ରେଣୀ ସମେତିଭ ପରୀକ୍ଷା ଫିସ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆଜି ପ୍ରତିବାଦ କାର୍ଯକ୍ରମ କରାଯାଇଛି l ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଶାଖା ଅଫିସ ରେ ଏକ ଦାବୀ ପତ୍ର ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ଆମ ରାଜ୍ୟରେ ଅନେକ ପରିବାର ଦାରିଦ୍ର୍ୟ ସୀମା ରେଖା ତଳେ ବାସ କରନ୍ତି lଅନ୍ୟଦିଗରେ କରନା ମହାମାରୀ ପାରେ ରାଜ୍ୟର ଜନସାଧାରଣ ଙ୍କ ଅବସ୍ଥା ଆତ୍ୟନ୍ତ ଦୟନୀୟ ହୋଇପଡିଛି l ଲକ୍ଷ ଲକ୍ଷ ଲୋକ ନିଜର କାର୍ଯ ହରାଇଛନ୍ତି l ଏହି ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ର ସମ୍ପୂର୍ଣ୍ଣ ଦାୟିତ୍ଵ ସରକାର ନେବା କଥା ମାତ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ୍ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ 420 ଟଙ୍କା ଫିସ ଆଦାୟ ନିଷ୍ପତ୍ତି ହୋଇଛି l ଯାହା ଫଳରେ ବହୁତ ଗରୀବ ଘରର ଛତ୍ର ଛାତ୍ରୀ ଟଙ୍କା ଅଭାବରୁ ଫର୍ମ ପୂରଣ କରିନପାରି ପରୀକ୍ଷା ଦେବାରୁ ବଞ୍ଚିତ ହେବେ lସମେତିଭ୍ ପରୀକ୍ଷା ଅଳରେ ନବମ ଓ ଦଶମ ଶ୍ରେଣୀ ର ଛତ୍ର ଛାତ୍ରୀ ମାନଙ୍କ ପାଖରୁ ୪ ଥର ଫିସ ଆଦାୟ କରାଯିବ lଏଭଳି ଫିସ ଆଗରୁ ଆଦାୟ କରାଯାଉ ନ ଥିଲା l ଚଳିତ ବର୍ଷ ପାଖରୁ ଏଭଳି ଫିସ ଆଦାୟ ଅତ୍ୟନ୍ତ ନିନ୍ଦନୀୟ l ଏଣୁ ତୁରନ୍ତ ଦଶମ ଶ୍ରେଣୀ ସମେତିଭ୍ ପରୀକ୍ଷା ଫିସ ଆଦାୟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ମାଗଣାରେ ଫର୍ମ ପୂରଣ କରାଇବା ଓ ସମେଟିଭ ପରୀକ୍ଷା ଅଳରେ ନବମ ଓ ଦଶମ ଶ୍ରେଣୀ ରେ ୪ ଥର ଫର୍ମ ପୂରଣ ଫିସ ଆଦାୟ ବନ୍ଦ କରିବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ଦାସ,ରାଜ୍ୟ କମିଟି ସଦସ୍ୟ ଅସ୍ମାନ ରାଜ ତଥା ଆଞ୍ଚଳିକ କମିଟି ସଦସ୍ୟ ରୁଦ୍ର ମୃତୁଞ୍ଜୟ ସେନାପତି ଓ ମୁକ୍ତି କାନ୍ତ ବରିକ ପ୍ରମୁଖ ଉପସ୍ଥିତ ଥିଲେ l
