ଛତିଶଗଡ଼ର ୧୨ଟି ସମୁଦାୟ ଅନୁସୂଚିତ ଜନଜାତିରେ ସାମିଲ
ଛତିଶଗଡ଼: ଛତିଶଗଡ଼ର ୧୨ଟି ସମୁଦାୟକୁ ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସମଗ୍ର ଦେଶର ୫ଟି ରାଜ୍ୟର କିଛି ଜାତିକୁ ଏସଟି ସୂଚୀରେ ରଖିବାକୁ ନିର୍ଣ୍ଣୟ ନିଆଯାଇଛି । ଏନେଇ ଛତିଶଗଡ଼ ଜନଜାତି ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । କାରଣ ଦୀର୍ଘ ଦିନ ଧରି ଛତିଶଗଡ଼ର ଅନେକ ସମୁଦାୟର ଲୋକ ଏସଟି ସମୁଦାୟରେ ସାମିଲ ହେବାକୁ ନେଇ ସରକାରଙ୍କଠାରେ ଦାବି କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଛତିଶଗଡ଼, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର କିଛି ଜାତିକୁ ଅନୁସୂଚିତ ଜନଜାତିରେ ସାମିଲ କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
