ଆରସେଟି ତାଲିମ କେନ୍ଦ୍ରରେ ପ୍ରମାଣପତ୍ର ବିତରଣ ସମାରୋହ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଟିଆରଏଲ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଦ୍ଵାରା ପରିଚାଳିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର (ଆରସେଟି) ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନ ର ବେକାର ଯୁବତୀ ମାନଙ୍କୁ ନେଇ ଓମେନ୍ସ ଟେଲାରିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଳା ର ବିଭିନ୍ନ ସ୍ଥାନର ବେକାର ଯୁବତୀ ମାନେ ୩୦ ଦିନିଆ ତାଲିମ ଶିବିର ହୋଇଥିଲା। ଏହା ଗତ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୪ ତାରିଖରେ ସମାପ୍ତ ହୋଇଥିଲା। ଏହି ତାଲିମ ଶିବିରରେ ଜିଲ୍ଲା ର ୩୦ ଜଣ ବେକାର ଯୁବତୀ ମିଶି ତାଲିମ ନେଇଥିଲେ । ଏହି କ୍ରମରେ ଆରସେଟି ତାଲିମ କେନ୍ଦ୍ରରେ ବୁଧବାର ପ୍ରମାଣପତ୍ର ବିତରଣ ସମାରୋହ ଅନୁଷ୍ଠତ ହୋଇଯାଇଛି । ଏହି ଅବସରରେ ଏସବିଆଇ ଲିଡ୍ ବେଙ୍କ ପ୍ରବନ୍ଧକ (ଏଲ୍ ଡି ଏମ୍) ସୁଧାଂଶୁ ଶେଖର ସାହୁ ଏବଂ ସାମ୍ବାଦିକ ସୁବାଷ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଶିକ୍ଷାର୍ଥୀଙ୍କୁ ବ୍ୟାଙ୍କରୁ କିଭଳି ଋଣ ସୁବିଧା ନେଇ ସ୍ବାବଲମ୍ବୀ ହୋଇପାରିବେ ସେନେଇ ଅବଗତ କରାଯାଇଥିଲା। ଏଥିରେ ଆରସେଟି ନିର୍ଦ୍ଦେଶକ ରାଜକୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶିକ୍ଷିକା ରଜନୀ ରାଣୀ ନାଏକ ମଞ୍ଚ ପରିଚାଳନା ଏବଂ ପ୍ରଶିକ୍ଷକ ସାଜିତ କୁଜୁର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ତାଲିମ କେନ୍ଦ୍ରର କର୍ମଚାରୀଙ୍କ ମଧ୍ୟରେ ଅରୁଣ ପୁରୋହିତ, ସୌଭାଗ୍ୟ ରଞ୍ଜନ ସାହୁ, ସନ୍ଧ୍ୟାରାଣୀ ବାଗ ପ୍ରମୁଖ ସହଯୋଗ କରିଥିଲେ ।
