ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲପର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡ଼ିଖାଳ ଛକ ନିକଟରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପ କେ ବର୍ତ୍ତି ଯାଇଥିବା ଜଣାଯାଇଛି । ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସ୍ଥଳରେ ନିଆଁ ଲିଭାଇଥିବା ବେଳେ ଅଗ୍ନି କାଣ୍ଡର ସଠିକ କାରଣ ଜଣା ପଡିନାହିଁ ।
