ଦୀର୍ଘଦିନ ଧରି ଆହତ ବୁଲୁଥିବା ଷଣ୍ଢର ଚିକିତ୍ସା
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ଅଧିନସ୍ଥ ଖପରାପଦା ବଜାରରେ ଦୀର୍ଘଦିନ ଧରି ଆହତ ହୋଇ ବୁଲୁଥିବା ଏକ ଷଣ୍ଢର ବୁଧବାର ଚିକିତ୍ସା କରଯାଇଛି । ଷଣ୍ଢଟିର ଗୋଡ଼ ଏବଂ ପିଠିରେ ଦୀର୍ଘ ଦୀନ ଧରି ଗଭୀର କ୍ଷତ ହୋଇ ମାଛି ବସି କ୍ଷତ ସ୍ଥାନରେ ପୋକ ହୋଇଯାଇଥିଲା । ସ୍ଥାନୀୟ ଯୁବ ଖବରଦାତା ଗୋପନାରାୟଣ ଜେନା, ଆଇନଜୀବୀ ପ୍ରଭାତ ସାହୁ, ଯଦୁନାଥ ସାହୁ, ଗଙ୍ଗାଧର ସାହୁ, ମୃତ୍ୟୁଞ୍ଜୟ ସାହୁ, ବନମାଳୀ ସାହୁ, ହରେକୃଷ୍ଣ ପାତ୍ର ପ୍ରମୁଖ ଏହା ଦେଖି ବୁଧବାର ଗୋ ସେବକ ଅରୁଣ କୁମାର ଦେଙ୍କ ସହାୟତାରେ ଆହତ ଷଣ୍ଢକୁ କାବୁ କରି ଚିକିତ୍ସା କରାଇଛନ୍ତି । ଷଣ୍ଢଟି ସମ୍ପୂର୍ଣ୍ଣ ଭଲ ହେବା ଯାଏ ତାର ଚିକିତ୍ସା କରାଯିବ ବୋଲି ଯୁବ ଖବରଦାତା ଶ୍ରୀ ଜେନା କହିଛନ୍ତି । ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି ।
