ଯାଜପୁର ଫଟୋଗ୍ରାଫରର୍ସ ଆସୋସିଏସନ୍ ପକ୍ଷରୁ କର୍ମଶାଳା
ଯାଜପୁର : ଯାଜପୁର ଫଟୋଗ୍ରାଫରର୍ସ ଆସୋସିଏସନ୍ ଏବଂ ନିକନର ମିଳିତ ଉଦ୍ୟମରେ ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ସଂଘର ସମ୍ପାଦକ ପ୍ରଭୂଦତ୍ତ ସାହୁ ଏହି କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ । ନିକନ କମ୍ପାନୀର ଡ଼େପୁଟି ମ୍ୟାନେଜର ଦେବାଶିଷ ମାଝି ଯୋଗ ଦେଇ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଗ୍ରାମାଞ୍ଚଳରେ ଥିବା ଫଟୋ ଗ୍ରାଫର ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । କମ୍ପାନୀ ପକ୍ଷରୁ ସୁଶୀଳ ନନ୍ଦଙ୍କ ନେତୃତ୍ୱରେ ଟ୍ରେନର ସନ୍ତୋଷ କୁମାର ବେଜ୍ ଯୋଗ ଦେଇ ଫଟୋଗ୍ରାଫି ତାଲିମ୍ ପ୍ରଦାନ କରିଥିଲେ । ଜିଲାର ୬୦ରୁ ଉର୍ଦ୍ଧ୍ୱ ଫଟୋ ଗ୍ରାଫରର୍ସ ମାନେ ଷ୍ଟିଲ ଫଟୋ ଗ୍ରାଫି, ଭିଡ଼ିସଗ୍ରାଫି, ସିନେମା ଅଟୋଗ୍ରାଫି ସମ୍ପର୍କରେ ତାଲିମ୍ ନେଇଥିଲେ ।
