ବାଲିଆପାଳରେ ‘ଭାରତ ଯୋଡ଼ଯାତ୍ରା’ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
ବାଲିଆପାଳ : ବାଲିଆପାଳ କଂଗ୍ରେସ ପକ୍ଷରୁ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡ଼ଯାତ୍ରା’କୁ ସଫଳ କରିବା ସହିତ ବାଲିଆପାଳ ବ୍ଲକରେ ତୃଣ ମୂଳରୁ କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଯୁବ ନେତା ବିଜନ ନାୟକଙ୍କ ନେତୃତ୍ୱରେ ବୁଧବାର ବାଲିଆପାଳ ବ୍ଲକ ଛକ ନିକଟସ୍ଥ ଶୁଭମ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଯାତ୍ରାରେ ବାଲିଆପାଳ ବ୍ଲକରେ ୨୮ଟି ପଞ୍ଚାୟତକୁ ସାମିଲ କରାଯାଇ ପଦଯାତ୍ରାକୁ ସୁରୁଖୁୁରରେ ପରିଚାଳନା କରାଯିବାର ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ବାରିକ, ଦୁର୍ଜୟ ପାତ୍ର, ୨୪ ନଂ. ଜିଲାପରିଷଦ ବାବାଜୀ ଦେହୁରୀ, ଦେବ କୁମାର ଦେ, ମୂରଲୀମୋହନ ସାହୁ, ଜଗନ୍ନାଥ ବିଶ୍ୱାଳ ବ୍ଲକ ଅଧ୍ୟକ୍ଷା, ରଞ୍ଜିତା ନାୟକ, ଯୁବ କଂଗ୍ରେସ ସଭାପତି, ହୃଷିକେଶ ପଣ୍ଡା, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ରବିନାରାୟଣ ମାହାନ୍ତି, ନରହରି ଜେନା, ସାନ୍ତନୁ ମହାପାତ୍ର ପ୍ରମୁଖ ଯୋଗେଦେଇ ବକ୍ତବ୍ୟ ରଖିଥିଲେ । ଏଥିସହିତ ୨୮ ପଞ୍ଚାୟତରୁ ୫ଶହ ସକ୍ରିୟ ଦଳୀୟ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ପଦଯାତ୍ରା ବାଲିଆପାଳ ବ୍ଲକରେ ଥିବା ୨୮ଟି ପଞ୍ଚାୟତର ୨୮ ଦିନ ଧରି ଚାଲିବ ବୋଲି ଶ୍ରୀ ନାୟକ କହିଛନ୍ତି ।
