ଅନୁଦାନ ଦାବିରେ ଅଧ୍ୟାପକ ଓ କର୍ମଚାରୀଙ୍କ ଧାରଣା ଓ କଳାବ୍ୟାଚ୍ ପରିଧାନ
ଯାଜପୁର : ଦଶରଥପୁର ବ୍ଲକ ବଉଳାଙ୍ଗ ସ୍ଥିତ ସାଧୁଗୌରେଶ୍ୱର ମହାବିଦ୍ୟାଳୟର ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସମୁହ ପକ୍ଷରୁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ, କର୍ମଚାରୀର ଆହ୍ୱାନ କ୍ରମେ ୨୦୦୮ ପରବର୍ତ୍ତୀ ଅଣ ଅନୁଦାନ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବିରେ ଅଧ୍ୟାପିକ ଷ୍ଟାଲିନ୍ ନାୟକଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ସ୍ତରରେ କଳାବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତିକୁ ନିନ୍ଦା କରିବା ସହିତ ତୁରନ୍ତ ଅନୁଦାନ ପାଇଁ ସତ୍ୟାଗ୍ରହ ପୂର୍ବକ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଓ ସ୍ଲୋଗାନ ଦେଇଥିଲେ । ମହାବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ଦୀର୍ଘବର୍ଷ ଧରି ନିରନ୍ତର ସେବାକରି ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସେମାନଙ୍କୁ ନାର୍ଯ୍ୟ ଅଧିକାରରୁ ବଞ୍ôଚତ କରାଯାଇ ସରକାର ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି ଧାରଣାରତ ଅଧ୍ୟାପକ୍ଷ ଓ କର୍ମଚାରୀଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଦୀର୍ଘଦିନ ଧରି ଅନୁଦାନ ଦାବି ସାଙ୍ଗକୁ ଭୁବନେଶ୍ୱର ଠାରେ ପ୍ରତିବାଦ ଧାରଣା ଦେବା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଆଗାମୀ ଦିନରେ ପଞ୍ଚାୟତ ଓ ଗ୍ରାମସ୍ତରକୁ ଆନ୍ଦୋଳନ ତେଜିବ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ଓ ଧାରଣାରେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାମଲ, ସଂଘମିତ୍ରା ସାହୁ, ତନ୍ମୟୀ ଦାସ, ବିମଳିନୀ କର, ଅଧ୍ୟାପକ ରବିନ୍ଦ୍ର ସାହୁ, ରୀୟାସତ୍ ଖାନ୍, ଲଲାଟେନ୍ଦୁ ମହାପାତ୍ର, ରାଜେନ୍ଦ୍ର ବାରିକ, ତାପସ କୁମାର ମହାପାତ୍ର, ବିଷ୍ଣୁ ଚରଣ ମହାପାତ୍ର ପ୍ରମୁଖ ପ୍ରତିବାଦରେ ସାମିଲ ହୋଇଥିଲେ ।
